ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି କେଣ୍ଡେଲ ଶୋଭାଯାତ୍ରା

ଗୋଲାମୁଣ୍ଡା, ଜନ୍ମେଜୟ ନାଏକ ଙ୍କ ରିପୋର୍ଟ: ଜମ୍ମୁକାଶ୍ମୀର ର ପହଲଗାମ ଠାରେ ୨୨/୦୪/୨୦୨୫ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ମାନଙ୍କ ବର୍ବର କାଣ୍ଡ ରେ ମୃତ୍ୟୁ ବରଣ କରିଥିବାର ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସତଗତି ପାଇଁ ଗୋଲାମୁଣ୍ଡା ହିନ୍ଦୁ ସଂଗଠନ ତରଫରୁ କେଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ,ବରିଷ୍ଠ ଭାଜପା ନେତା ପ୍ରସନ୍ନ ରାଉତ, ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ସମିର ସାହୁ, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗୋଲାମୁଣ୍ଡା ଖଣ୍ଡ ପ୍ରଚାର ପ୍ରମୁଖ ବ୍ରହ୍ମା ପ୍ରସାଦ କାଣ୍ଡ, ସହ ପ୍ରଚାର ପ୍ରମୁଖ ହୁତେଶ ମଶ୍ରା, ଭୁପେନ୍ଦ୍ର ଦେବ ସାହୁ, ପରମାନନ୍ଦ ମାଝୀ, ପିଣ୍ଟୁ ନାଏକ, ମୁକେଶ ବିଶି, ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତି ରହି ପାକିସ୍ତାନ ବିରୋଧରେ ନାରାବାଜି କରିଥିଲେ ଏବଂ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନାଗରିକ ମାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page