ପାତାଳେଶ୍ୱର ନକ ଆଉଟ କ୍ରିକେଟ ” ଥନଟକୁ ହରାଇ କ୍ଵାଟରରେ ବେହେରା”

ଧର୍ମଗଡ଼ ୨୨/୧ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ଼ ସ୍ଥିତ ଭୀମଖୋଜପଡା ଖେଳ ପଡିଆରେ ଚାଲିଥିବା ପାତଳେଶ୍ୱର କ୍ରିକେଟ ପ୍ରତିଯୋଗିତାର ଏକ ଗୁରୁତ୍ୱପୁର୍ଣ ଲିଗ ମ୍ୟାଚ ବେହେରା ଓ ଥନଟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବେହେରା ପ୍ରଥମେ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇ ନିର୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୧୩୮ ରନ କରିଥିଲା ଏହାର ଜବାବରେ ଥନଟ ଦଳ ନିର୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୮ ରନ କରିବାକୁ ସକ୍ଷମ ହେବାରୁ ବେହେରା ଦଳ ୩ ଉଇକେଟରେ ବିଜୟୀ ହୋଇଥିଲା l ବିଜୟୀ ଦଳ ପକ୍ଷରୁ ଉଚ୍ଚମାନର ଖେଳପାଇଁ ସଞ୍ଜୀବ ଗୋପାଳଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ଓସିଏ ପେନାଲ ଅମ୍ପିଆର ତେଜନ କୁମାର ଦୁର୍ଗା ଯୋଗଦେଇ, ଆଗାମୀ ଦିନରେ ଏ ଅଞ୍ଚଳର ପ୍ରତିଭାମାନ ଖେଳାଳି କିଭଳି ଆଗକୁ ଯାଇ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଖେଳିବେ ସେଥିପ୍ରତି ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ l ଭରତ କୁମାର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ହେଉଥିବା ଖେଳରେ ନରେଶ ଦାସ (କ) ଓ ନୀଳାମ୍ବର ଦାସ ଖେଳ ପରିଚାଳନା କରିଥିଲେ l ସ୍କୋରର ନରେଶ ଦାସ (ଖ ), ଧାରା ବିବରଣୀରେ ଦିବ୍ୟସିଙ୍ଗ ମିଶ୍ର ଦାୟିତ୍ୱ ସମ୍ପାଦନ କରିଥିବାବେଳେ ଆୟୋଜକ କମିଟିର ସିଧୁ ଦାସ, ନିକୁଞ୍ଜ ଦାସ, ଦୀନେଶ ଦାସ, କାନ୍ହା ନାଏକ, ମନୋରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page