ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ଭୁବନେଶ୍ୱର: ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ରାଶିକୁ ପୁଣି ବୃଦ୍ଧି କରାଯାଇଛି। ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ୨ଟଙ୍କା ୯୨ପଇସା ଲେଖାଏ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର ଯଥାକ୍ରମେ ୬.୭୮ଟଙ୍କା ଓ ୧୦.୧୭ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୧.୪୫ଟଙ୍କା ଓ ୧.୬୫ଟଙ୍କା ପ୍ରଦାନ କରୁଥିଲେ। ଏବେ ପ୍ରାଥମିକ ବିଦ୍ୟାଳୟରେ ମିଲ୍ ପିଛା ୧୧.୧୫ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୪.୭୪ ଟଙ୍କାକୁ ବୃଦ୍ଧି ହୋଇଛି। ଏହି ନୂତନ ଦର ପିଛିଲା ଭାବେ ମେ’ ପହିଲାରୁ ଲାଗୁହେବ। ମଧ୍ୟାହ୍ଣ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ଭାବେ ସପ୍ତାହକୁ ୩ଟି ଲଡ଼ୁ ଏବଂ ଗୋଟିଏ ଅଧିକ ଅଣ୍ଡା ଦିଆଯାଉଥିବାରୁ ଦର ବଢ଼ାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page