ପୁରୀରେ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆନ୍ତର୍ଜାତିକ ବାସ୍ତୁ ଓ ଜ୍ୟୋତିଷ ଫେଡ଼େରେସନର ଏକ ଜାତୀୟ ସମ୍ମିଳନୀ ପୁରୀର ଭିଆଇପି ରୋଡ଼ସ୍ଥିତ ହୋଟେଲ ପ୍ରାଇଡ ଅନନ୍ୟା ଠାରେ ରାଜ୍ୟ ସଭାପତି ଆନ୍ତର୍ଜାତିକ ବାସ୍ତୁବିତ୍ ଡଃ ମନୋଜ ଲେଙ୍କାଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ବିଶିଷ୍ଟ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଗଣିତ ଜ୍ୟୋତିଷକୁ କେହି କୌଣସି ପ୍ରକାର ଖଣ୍ଡନ କରିପାରିବେ ନାହିଁ । କାରଣ ଏହା ହୃକସିଦ୍ଧ, କିନ୍ତୁ ଫଳିତ ଜ୍ୟୋତିଷ କ୍ଷେତ୍ରରେ ଏହା ଶତ ପ୍ରତିଶତ ହୋଇନପାରେ । ଭାରତବର୍ଷର ବାସ୍ତୁଶାସ୍ତ୍ରର ପ୍ରୟୋଗ ଆଜି ପୃଥିବୀର ବହୁ ଦେଶରେ ଥିବାର ପ୍ରମାଣ ରହିଛି । ଏଣୁ ବାସ୍ତୁଶାସ୍ତ୍ରର ପ୍ରୟୋଗ କ୍ଷେତ୍ରରେ ସାଧନା କରିଥିବା ବ୍ୟକ୍ତିଙ୍କ ସାଧନା ଉପରେ ଅନେକ କଥା ନିର୍ଭର କରେ । ସଭାପତି ଡଃ ଲେଙ୍କା କହିଲେ ଯେ, ସମୁଦ୍ରରୁ ମିଳୁଥିବା ଶଙ୍ଖକୁ ଯଦି ଠିକଣା ଭାବେ ଆପଣ ପ୍ରୟୋଗ କରିବେ ତାର ବହୁମୁଖୀ ପ୍ରଭାବ ଗୃହକର୍ତ୍ତାଙ୍କୁ ମିଳିଥାଏ । ଆନ୍ତର୍ଜାତିକ ବାସ୍ତୁ ଜ୍ୟୋତିଷ ଫେଡ଼େରେସନର ଜାତୀୟ ନିଦେ୍ର୍ଦଶକ ଡଃ ଦିବ୍ୟକରନ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ, ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ତାଙ୍କର ୫୫ ବର୍ଷର ଅଭିଜ୍ଞତା ଅଛି । ଆମେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ କରିପାରିବୁ ନାହିଁ, କିନ୍ତୁ ଶାରୀରିକ, ମାନସିକ ଓ ଆର୍ଥôକ କ୍ଷତିରୁ ବଞ୍ଚôବା ପାଇଁ ବାଟ ବତାଇବାର ଅଭିଜ୍ଞତା ଆମର ଅଛି ବୋଲି କହିଥିଲେ । ବିହାର ରାଜ୍ୟର ସଭାପତି ବିଶିଷ୍ଟ ଜ୍ୟୋତିଷ ଡଃ ରାଜନାଥ ଝା ତାଙ୍କ ବକ୍ତବ୍ୟରେ କହିଲେ ଯେ, ବର୍ତ୍ତମାନ ଜ୍ୟୋତିଷରେ ମଧ୍ୟ ଏ.ଆଇ.ର ପ୍ରୟୋଗ ହୋଇସାରିଛି । କିନ୍ତୁ ଏହା ଶତ ପ୍ରତିଶତ ସତ୍ୟ ଯେ, ଏହା ଗୃହକର୍ତ୍ତାଙ୍କୁ ସଠିକ୍ ଉପଦେଶ ଦେବାରେ ସକ୍ଷମ ନୁହେଁ । କାରଣ ଜ୍ୟୋତିଷକାର୍ଯ୍ୟ ତାଙ୍କର ସାଧନାର ପ୍ରୟୋଗ ସହ ବୈଦିକ ଗଣିତ ଓ ଜ୍ୟୋତିଷ ଶାସ୍ତ୍ରର ବି·ରକୁ ନେଇ ନିର୍ଣ୍ଣୟ କରିଥାନ୍ତି, ଯାହା ଗୃହକର୍ତ୍ତା ପାଇଥାଏ । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ରାଜ୍ୟର ସଭାପତି ରାଜଜ୍ୟୋତିଷ ଡଃ ବିଜୟ ଶା କହିଲେ ଯେ, ଆମ ଦେଶରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ରାଷ୍ଟ୍ରୀୟ ପଞ୍ଚାଙ୍ଗ ପ୍ରତ୍ୟେକ ବର୍ଷ ବାହାରିଥାଏ । କିନ୍ତୁ ସବୁ ରାଜ୍ୟର ଅଲଗା ଅଲଗା ପଞ୍ଚାଙ୍ଗ ବାହାରିବାର କାରଣ ସୂର୍ଯେ୍ୟାଦୟ ସ୍ଥାନ କାଳକୁ ନେଇ ଅନେକ କଥା ନିର୍ଭର କରେ । ଏହି ଅବସରରେ ବିଶିଷ୍ଟ ବେଦବିତ୍ ତଥା ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ “ଆର୍ଯ୍ୟ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ହାପି ଲିଭିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଫେଡ଼େରେସନର ଆନ୍ତର୍ଜାତିକ ସଂଗଠିକା ଡଃ ଦିବ୍ୟା ହରିଶ ପିଲାଇ, ସଂଯୋଜନା କରିଥିଲେ । କ୍ୟାରୋ କାର୍ଡ଼ରିଡ଼ର ସୁଚିସ୍ମିତା ପ୍ରଧାନ ସ୍ୱାଗତ ଭାଷଣ, ପୂର୍ବତନ ପ୍ରଶାସକ ଭରତ ଭୂଷଣ ଜଗଦେବ ଅତିଥି ପରିଚୟ ଓ ଜ୍ୟୋତିଷା·ର୍ଯ୍ୟ ଦୀପକ ଆ·ର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଡ଼ଭୋକେଟ ଯଜ୍ଞ ପ୍ରକାଶ ପରିଜା, ପଣ୍ଡିତ ସତ୍ୟ ମିଶ୍ର ଓ ପଣ୍ଡିତ ଜଗନ୍ନାଥ ପଣ୍ଡା ସୁପର·ଳନାରେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page