ପୂର୍ବତନ ଚେୟାରମ୍ୟାନଙ୍କ ଦାଦାଗିରି: ଛାତ୍ରଛାତ୍ରୀ ସୁରକ୍ଷା ଦାବିରେ ସ୍କୁଲ୍‌ରେ ତାଲା ପକାଇଲେ ମହିଳା ଅଭିଭାବକ

ଭୂବନ: ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୌରତ୍ମ୍ୟା ମଚାଇଥିବା ପୂର୍ବତନ ଚେୟାରମ୍ୟାନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ମହିଳା ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ସ୍କୁଲ୍ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ସ୍କୁଲ୍ ର ପୂର୍ବତନ ଚେୟାରମ୍ୟାନ୍ ମନୁଆ ମହାନ୍ତ ଯେକି ବର୍ତ୍ତମାନ ସମୟରେ ଚେୟାରମ୍ୟାନ୍ ପଦରେ ନଥାଇ ମଧ୍ୟ ସ୍କୁଲ୍ ହତାରେ ପ୍ରବେଶ କରି ଶିକ୍ଷକମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲ୍‌ଜ କରିବା ସହ ଧମକ ମଧ୍ୟ ଦେଉଥିବା ଜଣାପଡିଛି। ସ୍କୁଲ୍ ସାମ୍ମନାରେ ମଦଖାଇ ଆସି ଗାଳିଗୁଲଜ କରୁଥିବା ମଧ୍ୟ ନଜିର ଆସିଛି। ସ୍କୁଲ୍ ପିଲାମାନଙ୍କୁ ଧମକାଉଥିବା ମଧ୍ୟ କହିଛନ୍ତି ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ। ଏହିଭଳି ପରିସ୍ଥିତି ରହିଲେ ଛାତ୍ରଛାତ୍ରୀଙ୍କ

ସୁରକ୍ଷା ଓ ପାଠପଢ଼ା ଉପରେ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାର ଏକ ସ୍ଥାୟୀ ସମାଧାନ ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ ଦାବିରେ ଗ୍ରାମର ସମସ୍ତ ଅଭିଭାବକମାନେ ସ୍କୁଲ୍ ଆଗରେ ଧାରଣାରେ ବସିଥିଲେ। ଏଥିରେ ବହୁ ସଂଖ୍ୟାରେ ଗ୍ରାମର ମହିଳା ସାମିଲ ହୋଇଥିବା ମଧ୍ୟ ଦେଖାଯାଇଥିଲା। ଏହା ସହ ସରପଂଚଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଯଦି ଏହାର ସମାଧାନ ନହେଲା ତେବେ ଆଗକୁ ପରିସ୍ଥିତିକୁ ଆମ ହାତକୁ ନେଇପାରିବୁ ବୋଲି ମଧ୍ୟ ଗ୍ରାମବାସୀର ମହିଳାମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ଖବର ଜାଣିବା ପରେ ଭୂବନ ଆଇଆଇସି ମନସ୍ୱିନୀ ମହାନ୍ତି ଆସି ଖବର ବୁଝିବା ସହ ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ ଏବଂ ୧୫ ଦିନ ମଧରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସ୍କୁଲ୍‌ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି। ଶେଷରେ ସରପଂଚ ମୋହନ ମହାନ୍ତଙ୍କ ପ୍ରତିଶ୍ରୁତି କୁ ଆଧାର କରି ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଧାରଣାରୁ ହଟିଥିବା ଜଣାପଡିଛି। ଏବେ ପରିସ୍ଥିତି ଶାନ୍ତ ଥିବା ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ, ନିୟୋଜିତ ହୋଇଥିବା ଦୁଇ ହୋମଗାର୍ଡ ଗୁରୁଚରଣ ପାତ୍ର ଏବଂ ପ୍ରଦୀପ ପାତ୍ର। ଉଭୟେ ଗ୍ରାମର ସୁରକ୍ଷା ଚିନ୍ତାରେ ସବୁବେଳେ ରହିଥାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ଦୁହେଁ ପୂର୍ବରୁ ଭଲ କାର୍ଯ୍ୟ କରିଆସିଛନ୍ତି। ତେବେ ଗ୍ରାମବାସୀଙ୍କ ଭରଷା ଉକ୍ତ ହୋମଗାର୍ଡ ଦୁହିଙ୍କ ଉପରେ ଅଛି ବୋଲି ଗ୍ରାମବାସୀ କହିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page