ପୋଟେସ ଗ୍ରାମରେ ଗୁଡ଼ିଚଗା ପର୍ବ ପାଳିତ

କଳାହାଣ୍ଡି, ୨୩/୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଗ୍ରାମ ଠାରେ ଆଦିବାସୀଙ୍କ ପାରମ୍ପରିକ ଟୋକିମରା ପର୍ବର ଉପପର୍ବ ଗୁଡ଼ିଚଗା ରବିବାର ଦିନ ସମ୍ପନ୍ନ ହେଇଯାଇଛି। ଆଦିବାସୀ ପରମ୍ପରାର ଅନନ୍ୟ ପର୍ବ ଟୋକିପରବ। ପରମ୍ପରା ଅନୁସାରେ ପ୍ରତିବର୍ଷ ପୌଷ ମାସର ରବିବାର ଦିନ ଏହି ପର୍ବ ପାଳନ କରାଯାଇଥାଏ। ଟୋକିପର୍ବ ପଡୁଥିବା ଗ୍ରାମରେ ବର୍ଷ ସାରା ବିଭିନ୍ନ ପୂଜା ପାଠ ଉତ୍ସବ ଲାଗିରହିଥାଏ। ଏହି ପର୍ବର ବିଧି ବିଧାନ ମୂତାବକ ପୌଷ ମାସ ପୂର୍ବରୁ ଗ୍ରାମର ସମସ୍ତ ଦେବଦେବୀ ଙ୍କ ପୂଜା ସମ୍ପନ୍ନ କରାଯାଇଥାଏ I ବୈଶାଖ ମାସରେ ବାଲିକଡ଼ା ଯାଇ ବାଲି ଗଜା ରୁ ହିଁ ଆଗାମୀ ବର୍ଷର ଚାଷ ଓ ଶୁଭାଶୁଭ ଫଳ କିଭଳି ରହିବ ତାହା ଜଣାପଡ଼ି ଥାଏ ବୋଲି ବିଶ୍ୱାସ ରହିଛି। ମୁଣ୍ଡାଗଡ଼ା, ଗଡରା ଧରା ପରେ ପାଟପୂଜା ଗୁଡ଼ିକ ଆରମ୍ଭ ହୋଇଥାଏ। ସେହି ଭଳି ରବିବାର ଦିନ ଦିନ ତମାମ୍ ଗୁଡ଼ିଚଗା ପର୍ବ ବହୁତ ଧୁମ୍ ଧାମରେ ପାଳିତ ହୋଇଥିଲା। ଏହି ଗୁଡିଚଗା ପର୍ବ ପାଇଁ ନିମନ୍ତ୍ରଣ କରାଯାଇଥିବା ପାଜେନ, ବରଦୋଲି, ଗୁମାବହାଲ, ମାଟିଖାଲ, ପାର୍କିଗୁଡା, ଗୌଡ଼ କେନ୍ଦୁଗୁଡା, ବାଇଗଣ ଗୁଡା, ପ୍ରଭୁତି ଗ୍ରାମ ଗ୍ରାମର ମାଟିଗୁଡିରେ ପହଞ୍ଚି ଗୁଡି ଚଗା ଉତ୍ସବ ସାମିଲ ହୋଇଥିଲେ। ଏହି ଗୁଡ଼ିଚଗା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଉତ୍ସାହିତ କରିଥିଲେ। ବିଜୟ ପଣ୍ଡା, ସୁଶିଲ ପତି, ଶୁଶାନ୍ତ ରାଉତ, ମନୋଜ ଶର୍ମା, ସୁଶୀଲ ଜୈନ, ସୁବାସ ହଂସ, ଘନଶ୍ୟାମ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଗୌନ୍ତିଆ ଚନ୍ଦ୍ର ଶେଖର ମାଝୀ, ଜାନୀ ସପୁର ସିଂ ଜାନୀ,ଗୁରୁମାଈ ବାଲସିଂ ମାଝୀ, ଦିଶାରୀ ବଳରାମ ମାଝୀ, ମୁନ୍ଦରା ଧରିଆ ହାକି ମାଝୀ, ମୁଡିକା କାର୍ତିକ ମାଝୀ ପ୍ରମୁଖ ପୂଜାକାର୍ଯ୍ଯ ସମ୍ପାଦନ କରିଥିବା ବେଳେ ଟୋକି ପରବ ପରିଚାଳନା କମିଟି ସଭାପତି ଅଭିମନ୍ୟୁ ବାଗ, ଉପ ସଭାପତି ରାହାସ ରାଉତ,ସମ୍ପାଦକ ଈଶ୍ବରୀ ପ୍ରସାଦ ରାଜପୂତ,ସହ ସମ୍ପାଦକ ଶରତ ଚନ୍ଦ୍ର ସୁନାନୀ,କୋଷାଧ୍ୟକ୍ଷ ଗୋପବନ୍ଧୁ ନାଏକ,ୱାର୍ଡ଼ ମେମ୍ବର ମଦନ ପାନଙ୍କ ସମେତ ଉଦୟ ନାଥ ମାଝୀ, ନବୀନ ମାଝୀ, ତୋଫାନ ମାଝୀ,ସୟମ୍ବର ମାଝୀ, ସିଦ୍ଧେଶ୍ୱର ବାଗ, ତପନ ପାତ୍ର, ତୁଲାରାମ ପାନ, ନିରନ୍ ପୋଢ଼, ବନ ବିହାରି ବାଗ, ବସନ୍ତ ନାୟକ, ବସନ୍ତ ପୂଝାରୀ, ଦଶରଥ ପୁଞ୍ଜି, କାର୍ତ୍ତିକ ମାଳି, ପଞ୍ଚାନନ ବିଶ୍ଵାଳ, ବିଦାଙ୍ଗ କୁମାର ପ୍ରମୁଖ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News