ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଧାନମଣ୍ଡି ଶୁଭାରମ୍ଭ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଖୋର୍ଦ୍ଧା ସମବାୟ ଉପ ନିବନ୍ଧକ ଅଳକା ନନ୍ଦ ଜେନା, ସହକାରୀ ସମବାୟ ନିବନ୍ଧକ ଅନିମା ବେହେରା, ଉପ ସହକାରୀ ନିବନ୍ଧକ ଅମିୟ ଖୁଣ୍ଟିଆ, ଏମ .ଆଇ ଶ୍ରଦ୍ଧାଞ୍ଜଳି ସେଠୀ, ସରପଞ୍ଚ ଶ୍ରଦ୍ଧେୟା ପାତ୍ର, ସମିତିସଭ୍ୟା ଉମାରାଣି ମହାନ୍ତି, ପ୍ରଦୀପ୍ତ ଜେନାମଣି, ସମବାୟ ସଭାପତି ସୁଧୀର ଚରଣ ପ୍ରଧାନ, ସମ୍ପାଦକ ବିଶ୍ଵନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଟୋକନ ପାଇଥିବା ଚାଷୀଙ୍କ ଉପସ୍ଥିତିରେ ମାପଯନ୍ତ୍ର ପୂଜା କରାଯିବା ସହ ନଡ଼ିଆ ବାଡେଇ ଧାନ ମଣ୍ଡି ଉଦ୍ ଘାଟନ କରିଥିଲେ|ପ୍ରଥମ ପର୍ଯ୍ୟାୟରେ ପାଇଥିବା ୮୩ ଜଣ ଚାଷୀଙ୍କ ମଧ୍ୟରୁ ୧୩ ଜଣ ଚାଷୀଙ୍କ ଧାନ ମଣ୍ଡିକୁ ଆସିଥିଲେ | ୧୩ ଜଣ ଚାଷୀଙ୍କ ଏଫ୍ଏକ୍ୟୁ ମାନ ନିର୍ଦ୍ଧାରିତ ହେବା ପରେ ଚାଷୀଙ୍କ ଠାରୁ ଧାନ ମିଲର ଉଠାଇଥିଲା | ୧୩ଜଣ ଚାଷୀଙ୍କ ଠାରୁ ୬୫୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି | ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେଇଛନ୍ତି ସେମାନଙ୍କୁ ସରକାରୀ ମୂଲ୍ୟ ହିସାବରେ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ବୋନସ ୪୮ ଘଣ୍ଟାରେ ମିଳିବ ବୋଲି ସମବାୟ ସମ୍ପାଦକ କହିଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News