ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା,୮|୧: ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ବିଦ୍ୟାଳୟ ହେଉଛି ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ଅବିଛେଦ ଅଙ୍ଗ l ଗୁରୁଙ୍କ ଉଚିତ ଶିକ୍ଷା ଓ ଜୀବନଚର୍ଯ୍ୟା ବିଦ୍ୟାର୍ଥୀଙ୍କ ଜୀବନକୁ ରୁଦ୍ଧିମନ୍ତ କରିଥାଏ l ସେହିପରି ମୁଖ୍ୟବକ୍ତା ଭାବେ ବାଲିଅନ୍ତା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଆଧ୍ୟାତ୍ମିକବାଦୀ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀଙ୍କୁ ସୃଜନଶୀଳ ଭାବେ ଗଢ଼ିତୋଳିବାରେ ବିଦ୍ୟାଳୟର ଭୂମିକା ଅବର୍ଣ୍ଣନୀୟ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଜିଲ୍ଲା ପରିଷଦ ସଭ୍ୟା କୁନମୁନ ଲେଙ୍କା, ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ବିଦ୍ୟାଳୟ ପରିଚାଳନା କମିଟି ବିଜୟ କୁମାର ମୁଦୁଲି, ଆଲୁମିନି କମିଟି ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ସଭାପତି ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଜୀବନ ଶୈଳୀ ଉପରେ ଉପାଦେୟତା କଥା କହିଥିଲେ l ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ନିମନ୍ତ୍ରୀତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ପରେ ପରେ ବିଦ୍ୟାଳୟ ପକ୍ଷରୁ ନିମନ୍ତ୍ରୀତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରଯାଇଥିଲା l ଶେଷରେ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ବିଦ୍ୟାର୍ଥୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜକିଶୋର ମହାନ୍ତି, ସମାଜସେବୀ ସୁବ୍ରତ ମହାନ୍ତି, ବେଣୁଧର ଭୋଇ, ସୁରେନ୍ଦ୍ର ନାଥ ବେହେରା, ପ୍ରଫୁଲ୍ଲ ବେହେରା, ଅରବିନ୍ଦ ସାହୁ, ନାରାୟଣ ସାହୁ, ଦିନବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page