ଫେଡେରେସନ କପ ଟେନିସବଲ କ୍ରିକେଟରେ କଳାହାଣ୍ଡିର ଭେଙ୍କେଟେସ

ଧର୍ମଗଡ଼,୧୮/୨/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅମ୍ବାଦଲା ଗ୍ରାମର ମନଧର କୁମରଙ୍କ ପୁତ୍ର ଭେଙ୍କେଟେସ କୁମାର ଓଡିଶା ଟେନିସ ବଲ କ୍ରିକେଟ ଦଳରେ ଚୟନ ହୋଇଥିବା ସୂଚନା ମିଳିଛି l ଶ୍ରୀଯୁକ୍ତ କୁମାର ରାଜ୍ୟ ଦଳରେ ଚୟନ ହେବା ଜାଣିବା ପରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି l ସେ ତାମିଲନାଡୁ ଯିବା ପୂର୍ବରୁ ଧର୍ମଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ଜିଲ୍ଲା ଟେନିସ ବଲ କ୍ରିକେଟ ସଂଘ ତରଫରୁ ଶୁଭେଚ୍ଛା ଜଣାଯାଇଥିଲା l ଏହି ସମୟରେ କଳାହାଣ୍ଡି ଜିଲ୍ଲା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ଫକୀର ନାରାୟଣ ଜାଲ, ସାଧାରଣ ସମ୍ପାଦକ ତେଜନ କୁମାର ଦୁର୍ଗା, ବେଡ଼ମୀଣ୍ଟନ କୋଚ ସିଦଧୂ ବାଗ, ସମୀର ବାଗ, ପବିତ୍ର ବାଗ, ଧନଞ୍ଜୟ ପ୍ରସାଦ ନାଗ ସମେତ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ, ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ଶ୍ରୀ କୁମାର ଆସନ୍ତା ୨୧ ତାରିଖରୁ ତାମିଲନାଡୁ ଠାରେ ଅନୁଷ୍ଠିତ ହେବାକୁ ଥିବା ଫେଡେରେସନ କପ ଟେନିସବଲ କ୍ରିକେଟ ପ୍ରତିଯୋଗିତାରେ ଓଡିଶା ଦଳ ତରଫରୁ ପ୍ରତିନିଧିତ୍ୱ କରିବେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page