ବଙ୍ଗଡ଼ଦୁଆ ଘାଟି ରେ ମାଲବାହୀ ଟ୍ରକ ଦୁର୍ଘଟଣା


ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ ବିପଦ।
ଦାରିଙ୍ଗବାଡି, ୨୩/୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବଙ୍ଗଡଦୁଆ ଘାଟିରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଉକ୍ତ ମାଲବାହୀ ଟ୍ରକ ଟି କଞ୍ଚାମାଲ ନେଇ ବ୍ରହ୍ମପୁର ଅଭିମୁଖେ ଗସ୍ତ କରୁଥିବା ବେଳେ ହଠାତ୍ ଘାଟି ଗଡାଣିଆ ରେ ବ୍ରେକ୍ ଫେଲ୍ ହୋଇଥିଲା, ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିଟି କୁ ଡାହାଣ ପାର୍ଶ୍ଵରେ ଥିବା ଡ଼ିଭାଇଡର ଆଡ଼କୁ ନେଇ ଯାଇଥିଲେ I ଉକ୍ତ ସାଇଡରେ ଡିଭାଇଡର ସାଙ୍ଗକୁ ଡ୍ରେନ ଥିବାରୁ ସେଠାରେ ଗାଡ଼ିଟି ଫସି ଅଟକି ରହିଥିଲା I ରାସ୍ତାର ଅପର ପାର୍ଶ୍ଵରେ ପ୍ରାୟ ୩୦ ଫୁଟ ଖାଲ ରହିଥିବା ବେଳେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି। ଗାଡ଼ିର ଆଂଶିକ କ୍ଷତି ହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page