ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି ଲଙ୍କାଗଡ I ସିନେମାରେ ମୁଖ୍ୟ ଅଭିନେତା ଓ ସିନେମା ର ପ୍ରଯୋଜକ ରମେଶ ନାୟକ(ରାବଣ)। ରମେଶ ଆଗରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ହେଲେ ଏହି ସିନେମା ତାଙ୍କ ନିଜ ବ୍ୟାନର୍ ଏସ୍‌.ଡି ପ୍ରଡକ୍ସନ ରେ ନିର୍ମାଣ ହୋଇଥିବା ଓ ନିଜେ ରମେଶ ପ୍ରଯୋଜକ ଓ ମୁଖ୍ୟ ଅଭିନେତା ଭାବେ ଦର୍ଶକଙ୍କ ସାମ୍ନାକୁ ବଡ ପରଦାକୁ ଆସିବେ ଏକ ନିଆରା ମାଓବାଦୀ ଚରିତ୍ର ଭୂମିକାରେ । ଏଥିରେ ନବାଗତ ନାୟକ ଶୁଭେନ୍ଦୁ ନାୟକ ପ୍ରଥମ ଥର ପାଇଁ ବଡ ପରଦାକୁ ଆସିବାକୁ ଯାଉଛନ୍ତି ଓ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ନେହା ପାଣିଗ୍ରାହୀ ଓ ଦିପାସା ମାୟେଟି । ଲଙ୍କାଗଡ ସିନେମାର ସମ୍ପୁର୍ଣ୍ଣ ଚଳଚ୍ଚିତ୍ରର ସୁଟିଂ ଭବାନୀପାଟଣାରେ ଶେଷ ହୋଇଥିବାବେଳେ ଏବେ ଏହାର ଏଡିଟିଙ୍ଗ କାମ ସମ୍ପୁର୍ଣ୍ଣ ହୋଇସରିଛି । ଏହି ଚଳଚ୍ଚିତ୍ରରେ ହରିହର ମହାପତ୍ର , ରମେଶ ନାୟକ ଓ ପ୍ରଦୀପ ଦେବତା ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବେଳେ କିଛି ନୂଆ ପୁରୁଣା ପ୍ରମୁଖ ଚରିତ୍ର କୁ ମଧ୍ୟ ପ୍ରଥମଥର ଦେଖିବାକୁ ପାଇବେ ଦର୍ଶକ । ଏହାର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଆନନ୍ଦ କୁମାର ଥିବାବେଳେ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ବିଶ୍ନୁମୋହନ କବି ଓ ସର୍ବେଶ୍ୱର ଭୋଇ ଏହାର ସଙ୍ଗୀତକାର ଏବଂ ଗୀତ ରଚନା କରିଛନ୍ତି ସର୍ବେଶ୍ୱର ଭୋଇ, ଜିତେନ୍ଦ୍ର ଶେଠ୍ ଓ ଡକ୍ଟର ନିର୍ମଳ ନାୟକ। ସୂଚନାଯୋଗ୍ୟ ଅନୁଯାଇ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ‘ ଅପେକ୍ଷା ‘ ଓ ‘ କେମିତି ପ୍ରେମ ‘ ଦୁଇଟି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page