ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ଧର୍ମଗଡ: ୮/୧/,ଜନ୍ମେଜୟ ନାଏକଙ୍କ ରିପୋର୍ଟ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚ୍ଛିଲିପା ନିକଟସ୍ଥ ତେଲନଦୀ ଆମ୍ବ ତୋଟାଠାରେ ଧର୍ମଗଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରତିବର୍ଷ ଭଳି ନୂତନ ବର୍ଷ ୨୦୨୫ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସଭାପତି ହିମାଂଶୁ ଶେଖର ମୁଣ୍ଡ , ଉପ ସଭାପତି ବିଘ୍ନରାଜ ପଟଯୋଷି , ସମ୍ପାଦକ, ସୁନୀଲ ପାତ୍ର କୋଷାଧ୍ୟକ୍ଷ ବିରଞ୍ଚି ବେହେରା,  ଉପଦେଷ୍ଟା ଗୁଣନିଧି ମାଝୀ ତଥା ଅନେକ ଅବସର ପ୍ରାପ୍ତ  ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ତିନି ଜଣ ନିରଞ୍ଜନ ଅଗ୍ରୱାଲ, ଡାକ୍ତର ବାବାଜୀ ଚରଣ ଦାସ, ଧନେଶ୍ଵର ଗୋପାଲ ଙ୍କୁ ଉପଢୋକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ। ଆଶୁ କବି କେଦାର ପୂଜାରୀ ନିଜ କଣ୍ଠରେ ଏକ କବିତା ପାଠ କରି ସମସ୍ତ ଙ୍କ ମନ କିଣି ନେଇଥିଲେ। ଆଲୋଚନା ପୂର୍ବକ ସମସ୍ତେ ନିଜ ନିଜ ମତ ପ୍ରଦାନ କରିଥଲେ। ପରି ଶେଷରେ ବର୍ତ୍ତମାନ ନୂଆ ଏକ HMPV ଭାଇରସ ର ଖବର ପ୍ରସାରଣ ଉପରେ ସଂଘ ସଭାପତି ହିମାଂଶୁ ଶେଖର ମୁଣ୍ଡ ଏଥି ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତ ଙ୍କୁ ଅବଗତ କରିଥିଲେ। ଶେଷରେ ସମସ୍ତେ ମିଶି ଆନନ୍ଦର ସହ ଭୋଜନ ଗ୍ରହଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page