ବରିଷ୍ଠ ମଞ୍ଚ କଳାକାର ପ୍ରକାଶ ଭଟ୍ଟଙ୍କ ବିୟୋଗ

ଚିଲିକା,୭।୩ : ବିଶିଷ୍ଟ ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଯନ୍ତ୍ର ସଙ୍ଗୀତ ବାଦକ ପ୍ରକାଶ କୁମାର ଭଟ୍ଟ ଆଉ ନାହାନ୍ତି। ପୂର୍ବାହ୍ନରେ ହୃଦ୍ ଘାତରେ ତାଙ୍କର ଆକସ୍ମିକ ପରଲୋକ ଘଟିଯାଇଛି। ସକାଳୁ ସେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ନିଜ ଗ୍ରାମ ଚିଲିକା ବ୍ଲକ ଅନ୍ତର୍ଗତ ଵଉଳାଵନ୍ଧରୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁ ଏବଂ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ନମ୍ର , ବନ୍ଧୁ ଵତ୍ସଳ,ଅମାୟିକ କଳାକାର ଏବଂ ନିଷ୍ଠାପର କର୍ମଣୀଆ ଭାବେ ତାଙ୍କର ବେଶ୍ ପରିଚିତି ଥିଲା।ସେ ବହୁଦିନ ଧରି ଅଞ୍ଚଳର ବିଭିନ୍ନ ଦଣ୍ଡ ଯାତ୍ରା ଓ ରାମ ନାଟକ ଦଳ ସହ ସମ୍ପୃକ୍ତ ଥିଲେ। ନାଚୁଣୀ ସ୍ଥିତ ନାଟ୍ୟ ଅନୁଷ୍ଠାନ ଭୂମିକାର ସେ ଥିଲେ ଜଣେ ସକ୍ରିୟ ସଭ୍ୟ। ଏହି ଅନୁଷ୍ଠାନ ମାଧ୍ୟମରେ ସେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ବହୁ ନାଟ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତୀତ୍ଵ ହାସଲ କରି ପାରିଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ,ନୀଳକଣ୍ଠ ହାଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି, ନାଚୁଣୀ ନାଗରିକ ମଞ୍ଚର ସଭାପତି ଅଶ୍ଵିନୀ କୁମାର ମହାପାତ୍ର, ‘ଭୂମିକା’ର ସଭାପତି ସତ୍ୟନାରାୟଣ ସାମନ୍ତରାୟ, ସମ୍ପାଦକ ଭିକାରୀ ଚରଣ ପ୍ରଧାନ, ଚିଲିକା ପୂଜ୍ୟପୂଜା ସଂସଦର ସଭାପତି ଦିଲ୍ଲୀପ କୁମାର ଶତପଥୀ,ପ୍ରମୟର ସାମ୍ବାଦିକ ନରେନ୍ଦ୍ର କୁମାର ପଲାଇ ଓ ସଙ୍ଗୀତଜ୍ଞ ଅଜିତ୍ କୁମାର ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page