ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪: ବଲାଙ୍ଗିର ରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି l ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍‌ ପହଞ୍ଚି ତଦନ୍ତ କରୁଛି। ପରିବାରଲୋକେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ମିଳିଛି l ତାଙ୍କ ନାମ ରାମ ଦାସ ବୋଲି ଜଣାପଡ଼ିଛି I ପ୍ରାରମ୍ଭିକ ସୂଚନାନୁଯାୟୀ, ରାମ ହେଉଛନ୍ତି ଚିମିନିଭାଟି ପଡ଼ାର ଜଣେ ଟ୍ରକ ଡ୍ରାଇଭର l ହେଲେ ତାଙ୍କ ନିକଟରେ ଯେଉଁ ବାଇକ୍‌ ଛିଡା ହୋଇଛି ତାହା କୁରୁଲ ଗ୍ରାମର କୃଷ୍ଣ ରାଉତଙ୍କର ବୋଲି ଜଣାପଡ଼ିଛି। ଟଙ୍କା ପଇସା ଧାର ଉଧାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି l ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଚଳାଇଛି l ଏସ୍‌ଡିପିଓ ସରୋଜ ଉପାଦେୟ ନିଜେ ରହି ଘଟଣାର ତଦନ୍ତ କରୁଛନ୍ତି।

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page