ବଳୀ ସହ ଶେଷହେଲା କର୍ଲାବାହାଲି ଶିବରାତ୍ରୀ ଜାଗରଯାତ୍ରା

କଳାହାଣ୍ଡି, ୨୮/୦୨: ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ମୁଡିଙ୍ଗ୍ ଗ୍ରାମପଞ୍ଚାୟତ ସ୍ଥିତ କର୍ଲାବାହାଲି ଗ୍ରାମର ଧରଣୀପଡାରେ ଅଧିଷ୍ଠିତ ଶ୍ରୀଶ୍ରୀ ଧବଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ତ୍ରିଦିନାତ୍ମକ ମହାଶିବରାତ୍ରି ଉଜାଗର ପର୍ବ ବୋଦାବଳୀ ସହ ତା ୨୮/୦୨/୨୦୨୫ରିଖ ଶୁକ୍ରବାର ଦିନ ସମାପନ ହୋଇଯାଇଛି । ଶିବ ମନ୍ଦିର ପୂଜକ ବାବା ନରେନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜାଗରଯାତ୍ରାରେ ପ୍ରଥମେ ତା୨୮/୦୨/୨୦୨୫ ରିଖ ଶୁକ୍ରବାର ଦିନ ସକାଳୁ ନିକଟସ୍ଥ ଧରଣୀପୀଠ ଓ ମହାଦେବ ମନ୍ଦିର ଠାରେ ପୂଜାର୍ଚ୍ଚନା ପୂର୍ବକ

ପାଟବୁକା ବୋଦାବଳୀ ଦେବାସହ ଚଣ୍ଡୀପୀଠ ଠାରେ ମାଁ ଚଣ୍ଡିଙ୍କ ଠାରେ ଘଣ୍ଟ , ଶଙ୍ଖ ,ହରିବୋଲ ଓ ହୁଳହୁଳି ସହ ସଂକୀର୍ତ୍ତନ ଓ ବାଜାର ତାଳେତାଳେ ଚଣ୍ଡୀଙ୍କ ପୂଜାର୍ଚ୍ଚନା ସହ ମାନସୀକଧାରୀଙ୍କ ବୋଦାବଳୀ କର୍ମ ସମାପନ ହୋଇଥିଲା । ଚଣ୍ଡୀପୀଠରେ ବୋଦାବଳୀ ପାଇଁ ସକାଳୁ ଶହଶହ ଶ୍ରଦ୍ଧାଳୁ ଲମ୍ବାଲାଇନରେ ଛିଡାହୋଇ ମହାଦେବ ଓ ମାଁ ଚଣ୍ଡୀଙ୍କ ଦର୍ଶନ କରିବା ସହ ମାନସୀକ ବୋଦାବଳୀ ଦେଇଥିଲେ। ମହା ଶିବରାତ୍ରୀ ଜାଗରଯାତ୍ରାର ପୂଜାର୍ଚ୍ଚନା ପୂଜକ ଗୌରୀଶଙ୍କର ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ମାଝୀ , ଲକ୍ଷି ରଣା , ସଶାନ୍ତ ସାହୁ , ଗୋକୁଲ ଜାନୀ , ଉଆଁସୁ ମାଝୀ , ଘାସିରାଜ ମାଝୀ , ଲକ୍ଷା ପୋଢ, ବିଶିକେସନ ରଣା, ଉମାଶଙ୍କର ମିଶ୍ର , ଠାକୁର ସାହୁ , ହେମସାଗର ବାଗ୍ , ସହଦେବ ବାଗ୍ ଓ କୋଦଣ୍ଡ ରଣା ପ୍ରମୁଖ ତଥା ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ପ୍ରଭୁକୃପା ଲାଭକରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page