ବାଇକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆ ଯାଇଥିବା ମୁଖ୍ୟ ରାସ୍ତାର ଜାଜେଶପାଙ୍ଗା ନିକଟ କଟଡି ଘାଟି ନିକଟରେ ଏକ ମର୍ମାନ୍ତୁତ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି I ତେବେ ମୃତ ବାଇକ ଆରୋହୀ ଜଣକ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ଥାନା ପିଡିଆଗୁଡା ଗାଁ ର ହାଡିବନ୍ଧୁ ମଳିକ ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଜଣକ କିଏ ଓ ସେ କୁଆଡେ ଗଲେ ବର୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ I ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଅନ୍ୟଜଣେ ବ୍ୟକ୍ତି ଙ୍କ ସହ ଶୁକ୍ରବାର ସକାଳ ପ୍ରାୟ ଆଠଟା ସମୟରେ ଏକ ବାଇକ ରେ ନିଜ ଗାଁ ପିଡିଆଗୁଡା ଘରୁ ସାଡୀଙ୍ଗିଆ କୁ କୌଣସି କାମରେ ଯାଉଥିବା ସମୟରେ କଟଡି ଘାଟି ର ବୁଲାଣି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଆମ୍ବ ଗଛରେ ବାଡେଇ ହୋଇଥିଲା I ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ରେ ବସିଥିବା ଅନ୍ୟ ଜଣେ ବାଇକ ଆରୋହୀ ଆହତ ହେବା ସତ୍ୱେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତକ୍ଷଦର୍ଶୀ ମତ ଦେଇଛନ୍ତି I ଅନ୍ୟପଟେ ଘଟଣା ବିଷୟରେ ଖବର ପାଇଁ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଶବ ସହ ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରି ଶବ କୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଛନ୍ତି I ସେପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୪୦/୨୫ ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page