ବାବାସାହେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଳାହାଣ୍ଡି,୨|୩: ଭବାନୀପାଟଣା ସହରର ନକଟିଗୁଡା ଛକରେ ଥିବା ବାବାସାହେବଙ୍କ ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂତନ ପ୍ରତିମୂର୍ତ୍ତିର ସୌନ୍ଦର୍ଯ୍ୟକରଣ ସହିତ ଫେବୃୟାରୀ ୨୮ ତାରିଖ ଅପରାହ୍ନରେ ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍.ଇ ବୀର ସିଂ ବଳିୟାର, ଆସିଷ୍ଟାଣ୍ଟ ଜେ.ଇ. ରାଧାମୋହନ ରାୟ, କାଉନସିଲର ରଞ୍ଜୁକ୍ତା ପ୍ରଧାନ, ଏଓଏସସିଏଫ୍ ସଭାପତି ଶ୍ରୀବତ୍ସ ତାଣ୍ଡି, ଏଓଏସସିଏଫ୍ ର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ବସନ୍ତ ନାଏକ, ରାମକୁମାର ନାଏକ, ଷ୍ଟେଚ୍ୟୁ ପ୍ରତିଷ୍ଠା ସଦସ୍ୟ ସୁଗ୍ରୀବ ଦୀପ, ଏଓଏସସିଏଫ୍ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର ଙ୍କ ସମେତ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ବୈଷୟିକ ସମସ୍ୟା ଯୋଗୁଁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ହେବାରେ ବିଳମ୍ୱ ହୋଇଥିଲା। ଏଥିପାଇଁ ଏଓଏସସିଏଫ୍ ସଂଗଠନର ଅହରହ ପ୍ରୟାସ ପରେ ବହୁଦିନର ଆଶା ପୂରଣ ହୋଇ ପାରିଛି। ସଂଗଠନର କର୍ମକର୍ତ୍ତା ପୌରପାଳିକା ର ସମସ୍ତ ଅଧିକାରୀ ଓ କାଉନସିଲରମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page