ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଡିସେମ୍ବର ମାସ ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଯାଇଛି। ମ୍ୟାଚ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭେଟିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧ ତାରିଖ ଠାରୁ ଟିକେଟ୍ ମିଳିବ। ଜମାଟୋ ଦ୍ୱାରା ପ୍ରସ୍ତୁତ ଡିଷ୍ଟ୍ରିକ୍ଟ ଆପ୍ ମାଧ୍ୟମରେ ଡିସେମ୍ବର ୧ ତାରିଖରେ କ୍ରିକେଟ୍‌ପ୍ରେମୀଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ଟିକେଟ୍ ମିଳିବ। ବାରବାଟୀ ମ୍ୟାଚ୍ ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ୨୦୦୦ ଟିକେଟ୍ ବିକ୍ରି କରାଯିବ। ଅଫ୍‌ଲାଇନ୍‌ରେ ୧୦,୦୦୦ ଟିକେଟ୍ ବିକ୍ରି ହେବ। ଅଫ୍‌ଲାଇନ୍ ଟିକେଟ ବାରବାଟୀ ଷ୍ଟାଡିୟମସ୍ଥିତ କାଉଣ୍ଟରରେ ବିକ୍ରି ହେବ। ଓଡ଼ିଶାରେ କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚ୍‌କୁ ଦେଖିବାକୁ ଖୁବ୍ ଆଗ୍ରହ ସହ ଅପେକ୍ଷା କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page