ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତୀବ୍ର ହେଉଛି ଆନ୍ଦୋଳନ ତୃତୀୟ ଦିନରେ ସାମ୍ବାଦିକଙ୍କ ଗଣଧାରଣା

ବାଲିଅନ୍ତା,୨୭|୦୨: ଗତ ସୋମବାର ବାଲିଅନ୍ତା ବ୍ଲକରେ ପଞ୍ଚାୟତ ସମିତି ବୈଠକରୁ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଦୁର୍ବ୍ୟବହାର କରି ସାମ୍ବାଦିକ ମାନଙ୍କୁ ସଭାକକ୍ଷରୁ ବାହାର କରିଦେଇଥିବା ପ୍ରତିବାଦରେ ଆଜି ତୃତୀୟ ଦିନରେ ସାମ୍ବାଦିକଙ୍କ ଧାରଣା ଅବ୍ୟାହତ ରହିଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଆନ୍ଦୋଳନକାରୀ ସାମ୍ବାଦିକ ମାନେ ଅଗଣତାନ୍ତ୍ରିକ ଭାବରେ ସଭାଗୃହରୁ ବାହାର କରିଦେବାର କାରଣ ଜାଣିବାକୁ ଚାହୁଁଥିଲେ ମଧ୍ୟ କୌଣସି ଅଧିକାରୀ ଗତକାଲି ଆସିନଥିଲେ। ଆଜି ଧାରଣା ଆରମ୍ଭ ହେବାପରେ ବିଡ଼ିଓ ସୁଶ୍ରୀ କସ୍ତୁରୀ ସ୍ୱାଇଁ କାର୍ଯ୍ୟାଳୟ ଆସିବା ସମୟରେ ଆନ୍ଦୋଳନରତ ସାମ୍ବାଦିକ ମାନଙ୍କୁ ଭେଟି ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ କିନ୍ତୁ ଅଧ୍ୟକ୍ଷା ନିଜ ଦୋଷ ସ୍ଵୀକାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିବା ସହିତ ଧାରଣା ଜାରି ରଖିଥିଲେ। ଆସନ୍ତାକାଲି ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆଜି ଏକ ଅଣ ଆନୁଷ୍ଠାନିକ ବୈଠକରେ ନିଷ୍ପତି ନିଆଯାଇଛି। ଆଜିର ବୈଠକ ପ୍ରାରମ୍ଭରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ମହାପାତ୍ରଙ୍କ ଅକାଳ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଆଜିର ଧାରଣାସ୍ଥଳରେ ସାମ୍ବାଦିକ ଅଭିମନ୍ୟୁ ନାୟକ, ରଜନୀରଞ୍ଜନ ଦାଶ, ପୂର୍ଣ୍ଣଚନ୍ଦ୍ର ଜେନା, କିଶୋର ଚନ୍ଦ୍ର ନାୟକ, ନିରଞ୍ଜନ ସେନାପତି, ପୀତବାସ ଦାଶ, ସୂର୍ଯ୍ୟକାନ୍ତ ଭୋଳ, ପ୍ରଭାତେଂଶୁ ସାମନ୍ତରାୟ, ବଟକୃଷ୍ଣ ମହାପାତ୍ର,ସଞ୍ଜୀବ ଦାଶ, ଗୋବର୍ଦ୍ଧନ ଦାସ, ବିଭୂତି ଭୂଷଣ ପ୍ରଧାନ, ରୂପକ ପଟ୍ଟନାୟକ, ନିଷିକାନ୍ତ ପଣ୍ଡା, ବାସୁଦେବ ସାହୁ, ନବକିଶୋର ନାୟକ, ଷଷ୍ଟିପ୍ରସାଦ ମହାରଣା, ପ୍ରକାଶ ବାରିକ, ମୋଜ୍ୟଶ ନାଥ, ପ୍ରମୁଖ ପ୍ରାୟ ୫୦ ରୁ ଅଧିକ ସାମ୍ବାଦିକ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page