ବାଲିଅନ୍ତା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କ ଆନ୍ଦୋଳନ ଜାରୀ

ବିଧାନସଭା ଘେରିବେ ଅସନ୍ତୁଷ୍ଟ ସାମ୍ବାଦିକ
ବାଲିଅନ୍ତା: ଜୟଦେବ ନିର୍ବାଚନ ମଣ୍ଡଳୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନେ ଗତମାସ ୨୪ ତାରିଖରେ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାରରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଆଜକୁ ୯ ଦିନ ଧରି ଗଣତାନ୍ତ୍ରିକ ଉପାୟରେ ଶାନ୍ତିଶୃଙ୍ଖଳାର ସହ ଏହି ଧାରଣା ଅବ୍ୟାହତ ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ବହୁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି।ପ୍ରଶାସନର ଏହି ମନୋବୃତିକୁ ଦୃଢ଼ ପ୍ରତିବାଦ କରି ଆଜି ସତ୍ୟଭମାପୂର୍ ସରପଞ୍ଚ ରଶ୍ମିତା ଭୋଇ, ସମିତିସଭ୍ୟା ରଶ୍ମିତା ସ୍ୱାଇଁ, ପୂରଣପ୍ରଧାନ ସମିତିସଭ୍ୟା ମମତା ମାହାରୀ, କାକରୁଦ୍ରପୂର୍ ସମିତିସଭ୍ୟା ମିଲିଲତା ବେହେରା, ଉମାଦେଇବ୍ରହ୍ମପୂର୍ ସରପଞ୍ଚ ରମାଲତା ନାୟକ ଓ ସମିତି ସଭ୍ୟ ରଞ୍ଜନ ମହାପାତ୍ର ଧାରଣାରେ ସାମିଲ ହୋଇଥିଲେ। ଆଜି କାର୍ଯ୍ୟକ୍ରମରେ ଟୁଇନ ସିଟି ପ୍ରେସ କ୍ଲବର ସଭାପତି ସନାତନ ପରିଜାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ପ୍ରଣବ ବିଶ୍ଵାଳ ଓ ଭବାନୀ ପାତ୍ର ଯୋଗ ଦେଇଥିଲେ। ସେହିପରି ବିଡ଼ିଓ ଏବଂ ତହସିଲଦାର ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଧାରଣା ପ୍ରତ୍ୟାହାର ପାଇଁ କହିଥିଲେ ମଧ୍ୟ ଏହା ସମ୍ମାନର ପ୍ରଶ୍ନ ହୋଇଥିବାରୁ ସାମ୍ବାଦିକ ମାନେ ଅଧ୍ୟକ୍ଷାଙ୍କ ଉପସ୍ଥିତି ଦାବି କରିଥିଲେ। ଆଜି ସେମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଓ ପଂଚାୟତରାଜ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଆବଶ୍ୟକ ସ୍ଥଳେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ଆଗାମୀ ଦିନରେ ବିଧାନସଭା ଘେରିବେ ବୋଲି ଚେତାବନୀ ଦେଇଛନ୍ତି ଆସନ୍ତୁଷ୍ଟ ସାମ୍ବାଦିକ l ଆଜିର ଏହି ଧାରଣାରେ ଡ଼.ରଜନୀ ରଞ୍ଜନ ଦାଶ, ନିରଞ୍ଜନ ସେନାପତି, ସୂର୍ଯ୍ୟକାନ୍ତ ଭୋଳ,ପୀତବାସ ଦାଶ, ବିଭୁତି ପ୍ରଧାନ,ବଟକୃଷ୍ଣ ମହାପାତ୍ର,କିଶୋର ନାୟକ, ଲୁକେଶ ସାହୁ, ଗଦାଧର ଜେନା, ଷଷ୍ଟି ପ୍ରସାଦ ମହାରଣା,
ପ୍ରଭାତେଂଶୁ ସାମନ୍ତରାୟ, ଆଶୁତୋଶ ଚୌଧୁରୀ, ପ୍ରଳୟ ଦାଶ, ଗୋବର୍ଦ୍ଧନ ଦାସ, ରୂପକ ପଟ୍ଟନାୟକ, ଗୁରୁବଚନ ଦାଶ, ନବକିଶୋର ନାୟକ, ପ୍ରକୃତି ବନ୍ଧୁ ଦୀନବନ୍ଧୁ
ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ ଏଠାରେ ଉପସ୍ଥିତ ରହି ଦାବି ପୁରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page