ବାଲିଅନ୍ତା ସମିତି ବୈଠକରେ ସାମ୍ବାଦିକମାନଙ୍କୁ ବାରଣ ପରେ , ଧାରଣାରେ ବସିଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା: ସାମ୍ବାଦିକ ସମାଜ ପାଇଁ ଜାଗ୍ରତ ପ୍ରହରୀ, ଶୃଙ୍ଖଳିତ ସମାଜ ପାଇଁ ସାମ୍ବାଦିକ ମାନଙ୍କ ଯେତିକି ଦାୟିତ୍ଵବୋଧ ଅଛି ପ୍ରଶାସନ ମଧ୍ୟ ଗଣମାଧ୍ଯମକୁ ସହଯୋଗ କରିବା ସେତେ ଗୁରୁତ୍ୱପୁର୍ଣ୍ଣ । କିନ୍ତୁ ଧୀରେ ଧୀରେ କ୍ଷମତା ର ଗର୍ବ ରେ ଅନ୍ଧ ହୋଇ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ଲୋକପ୍ରତିନିଧି। ବାଲିଅନ୍ତା ବ୍ଳକରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରିଯିବା ଘଟଣାକୁ ବିରୋଧ କରିଛନ୍ତି ଉପସ୍ଥିତ ସାମ୍ବାଦିକ। ବାଲିଅନ୍ତା ବ୍ଳକ ସାମ୍ନାରେ ସାମ୍ବାଦିକ ମାନେ ଧାରଣା ଦେବା ସହ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି। ସୂଚନା ଅନୁସାରେ ସୋମବାର ବ୍ଳକରେ ଅନୁଷ୍ଠିତ ସମିତି ସଭ୍ୟ ବୈଠକକୁ ଅଂଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଡିଓ ନିମନ୍ତ୍ରଣ କରିଥିଲେ ।ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ନିଜର ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ ସ୍ଥାନୀୟ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁ ନେଇ ଜିପିଓ ପ୍ରଥମେ ସାମ୍ବାଦିକମାନଙ୍କୁ ବାହାରି ଯିବାକୁ କହିଥିଲେ । ଏହାପରେ ଖୋଦ ବ୍ଳକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସଭାଗୃହ ଛାଡି ବାହାରକୁ ଯିବାକୁ କହିଥିଲେ। ଏଭଳି ସ୍ଥିତିରେ ସାମ୍ବାଦିକ ମାନେ ବ୍ଳକ ସମ୍ମୁଖରେ ଧାରଣା ଦେଇଛନ୍ତି। ସବୁଠାରୁ ଚର୍ଚାର ବିଷୟ ସଭାଗୃହରେ ସମସ୍ତ ବିଧାୟକ, ବ୍ଳକ ଅଧ୍ୟକ୍ଷା, ସାଂସଦଙ୍କ ପ୍ରତିନିଧି, ସମସ୍ତ ରାଜନୈତିକ ଦଳର ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିବାବେଳେ କେହି ମଧ୍ୟ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରିନଥିଲେ।ସାମ୍ବାଦିକଙ୍କ ପ୍ରତି ଏଭଳି ଦୁର୍ବ୍ଯବହାର ସମସ୍ତ ସାମ୍ବାଦିକ ମହଲକୁ ମର୍ମାହତ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଏହାକୁ ସମାଲୋଚନା କରାଯାଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page