ବାଳକୃଷ୍ଣ ବନୋଜ ତ୍ରିପାଠୀ ଓ ପୂଜା ପାଣିଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

ବାଲିଅନ୍ତା: ପ୍ରବାଦପୁରୁଷ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ଉଜ୍ବସ୍ୱନି ପ୍ରତିଭା ଥିଲେ ବୋଲି ଆଜି ତାଙ୍କର ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ନିମନ୍ତ୍ରୀତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି l ତାଙ୍କ ବିଷୟରେ ଆଲୋଚନା କରିବା କିମ୍ବା ତାଙ୍କ ସଙ୍ଗୀତ ଆଗରେ ଅନ୍ୟ କାହାକୁ ତୁଳନା କରିବା ଧୃଷ୍ଟତା ହେବବୋଲି କହିଥିଲେ l ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାକାରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ନିଜ ଜନ୍ମମାଟି ବାଳକାଟି ବସନ୍ତପେଡି ଗ୍ରାମରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାଳକାଟି ବଜାର ଅଟୋ ଷ୍ଟାଣ୍ଡରେ ପହଞ୍ଚିଥିଲା l ସେଠାରେ ସଂଗୀତ ସୁଧାକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ବିଶାଳ ଶୋଭାଯାତ୍ରା କଲେଜ ପଡ଼ିଆ ସ୍ଥିତ ସ୍ମୃତି ସଂସଦ ପରିସରରେ ପହଞ୍ଚିଥିଲା l ସେଠାରେ ସଂସଦର ସଭାପତି ଡ. ରାଜନୀ ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ବିଶିଷ୍ଟ ଲେଖକ ପ୍ରଫେସର ଡ. ପୂର୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଡ଼. ଅଜୟ ସ୍ୱାଇଁ ,ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ରାଧାମୋହନ ପ୍ରହାରାଜ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂଗୀତ ସୁଧାକରଙ୍କ ବହୁ ପ୍ରତିଭାର ଆଲୋଚନା କରିଥିଲେ l ଏହି ଅବସରରେ ବିଶିଷ୍ଟ ପ୍ରକାଶକ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ ଓ ଲେଖିକା ତଥା କବୟିତ୍ରୀ ପୂଜାରାଣୀ ପାଣିଙ୍କୁ ଚଳିତ ବର୍ଷର “ବାଳକୃଷ୍ଣ ସ୍ମୃତି ” ସମ୍ମାନରେ ସମ୍ମାନିତ କରାଯାଇଥିଲା l ସଂସଦର ସମ୍ପାଦକ ଜଗନ୍ନାଥ ସତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାମମୋହନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରିଶେଷରେ ଚିତାକର୍ଷକ ଓଡିଶୀ ନୃତ୍ୟ, ସଂଗୀତ ଓ଼ ନୃତ୍ୟର ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସ୍ବେଛାସେବୀ ରଞ୍ଜନ କୁମାର ମହାପାତ୍ର, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ପୂର୍ବତନ ସରପଞ୍ଚ ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଏହି ଅବସରରେ ଆଜି ଅପରାହ୍ନ ୩ ଟାରେ ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲି ଏକ କାର୍ଯ୍ୟକ୍ରମ ନିମନ୍ତେ ବାଲିପାଟଣା ଯାଉଥିବା ବେଳେ ବାଳକାଟି ବଜାରରେ ଥିବା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାଳକାଟି ଅଞ୍ଚଳରେ ଜନ୍ମ ହୋଇଥିବା ଏଭଳି ଯୋଗଜନ୍ମା ପୁରୁଷ ସମଗ୍ର ରାଜ୍ୟ ତଥା ଦେଶପାଇଁ ଗର୍ବ ବୋଲି କହିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page