ବିକଶିତ ଗାଁ ବିକଶିତ ଓଡ଼ିଶା ର ଦାରିଙ୍ଗବାଡି ପଞ୍ଚାୟତ ସମିତି ବୈଠକ

ଦାରିଙ୍ଗବାଡି: ୨୫/୨: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ଗ୍ରାମାଞ୍ଚଳ ସ୍ତର ରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ” ବିକଶିତ ଗାଁ ବିକଶିତ ଓଡ଼ିଶା ” ଯୋଜନା ମାଧ୍ୟମ ରେ ସଡ଼କ ସଂଯୋଗ ଓ ପାନୀୟଜଳ ଯୋଗାଣ ଯୋଗାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି, ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ସମିତି ସଭାଗୃହ ରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ବୈଠକରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ବୈଠକର ପୂର୍ବ ଆଭାସ ପ୍ରଦାନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ରୁ ଗ୍ରାମ ସଭା ଜରୀଆରେ ଆଗତ ସମସ୍ତ ପ୍ରକଳ୍ପ କୁ ମଞ୍ଜୁର କରି ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ପ୍ରେରଣ କରାଯିବ ବୋଲି ବୈଠକ ରେ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ବିଶେଷ କରି ଅପହଞ୍ଚ ଇଲାକା କୁ ପ୍ରଧାନ ମନ୍ତ୍ରୀ ସଡ଼କ ସଂଯୋଗ ଓ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇ ଥିଲା। ଖରା ଦିନ ପାଖେଇ ଆସୁଥିବା ବେଳେ ବ୍ଲକ ଅଞ୍ଚଳ ରେ ଏବେ ଠାରୁ ହିଁ ପାନୀୟ ଜଳର ଅଭାବ ଦେଖାଦେଇଛି , ୨୫ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ନିଜ ନିଜ ଅଞ୍ଚଳ ର ସମସ୍ୟା ଗୁଡିକୁ ସମିତି ରେ ଉପସ୍ଥାପନ କରି ଥିବା ବେଳେ ତାହା କେବେ କାର୍ଯ୍ୟକାରି ହେବ ଦେଖିବାକୁ ବାକି ରହିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page