ବିଜେପୁର ଚତୁର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା: (ଜଗନ୍ନାଥ ନାଏକ), ଉତ୍କଳ ବୁଲେଟିନ : ଗୃହ ମନ୍ତ୍ରଣାଳୟ ଏବଂ ଓଡିଶା ସେକ୍ଟର ଚତୁର୍ଥ ବାହିନୀ ସେଣ୍ଟ୍ରାଲ୍ ସିଆରପିଏଫ ଚତୁର୍ଥ ବାହିନୀ ଅଧିକାରୀ ତଥା କମାଣ୍ଡେଣ୍ଟ ଫିରଜ କୁଜୁରଙ୍କ ତତ୍ୱାବଧାନରେ ଆଜି ବିଜେପୁର ସିଆରପିଏଫ କ୍ୟାମ୍ପରେ ଏସଏଚଜି ମହିଳାଙ୍କୁ କେଣ୍ଡେଲ, ଖଲି ଓ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ ୨ଜିଲ୍ଲାପାରିଶ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇ ମହିଳା ମାନଙ୍କୁ ଉଚ୍ଚାହିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ମାର୍ଚ୍ଚ ୧୭ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ସିଭିକ ଏକ୍ସନ ପ୍ରୋଗ୍ରାମ ମାଧ୍ୟ୍ୟମରେ ଏସ ଏଚଜି ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି l ଚତୁର୍ଥ ବାଟାଲିୟନ ମିଳିତ ଉଦ୍ୟମରେ ହେଉଥିବା ବେଳେ ସିଆର ପିଏଫ ପୋଲିସ୍ ଓ ଜନସାଧାରଣଙ୍କ ଦୂରତାକୁ ଦୁରେଇବା ଏବଂ ସୁସମ୍ପର୍କ ବଜାଇ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି।କିଭଳି ନିର୍ଭୟରେ ଜନସାଧାରଣ ଓ ଯବାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଓ ନିଜର ସୁଖ ଦୁଃଖ ବାଣ୍ଟିବେ ଏବଂ ସମନ୍ବୟ ରକ୍ଷାକରିବେ ସେହି ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ କରିଆସୁଛନ୍ତି ରାଜ୍ୟ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏହି ପରି ପ୍ରେକ୍ଷୀରେ ବିଜେପୁର ସ୍ଥିତ ଚତୁର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ବିଭିନ୍ନ ଏସଏଚଜି ଗ୍ରୁପର ୨୫ରୁ ଉର୍ଦ୍ଧ ମହିଳାମାନଙ୍କୁ ଦଶ ଦିନ ପାଇଁ ପ୍ରଶିକ୍ଷଣ ଦିଆଯିବର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି l ଯେମିତି କି ପ୍ରଶିକ୍ଷଣ ପାଇଲା ପରେ ନିଜ ନିଜ ପରିବାର ପ୍ରତିପୋଷଣ କରିବା ସହାୟକ ହେବ ବୋଲି ମହିଳା ମାନେ ବେଶ ଉଚ୍ଚାହିତ ଉଚ୍ଚାହିତ ହୋଇଥିବା ଦେଖିବାକୁ ମିଳିଛି l ରେଞ୍ଜ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପ୍ରଭାକର ଉପାଧ୍ୟାୟ,ଚତୁର୍ଥ ବାଟାଲିୟନ କମାଣ୍ଡେଣ୍ଟ ଟି. ରାଧାକ୍ରିଷ୍ଣା, ସେକେଣ୍ଡ କମାଣ୍ଡେଣ୍ଟ ପି. ଆପରାଓ ଡେପୁଟି କମାଣ୍ଡାଣ୍ଟ କର୍ନେଲ ସିଂ, ଏସପି ଦୋରେ, ଇନ୍ସପେକ୍ଟର ବାଲାଜୀ ନାଏକ ହାବିଲଦାର କରୁଣାକର ବେହେରା ଟ୍ରେନର ଜୀବନ ପ୍ରଧାନ ସମେତ ଚତୁର୍ଥ ବାଟାଲିୟନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page