ଭୁବନ: ଢ଼େଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନେତାଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରିବା ସହ ନିଜ ନିଜ ବ୍ୟକ୍ତବ୍ୟ ରଖିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଜୟନ୍ତୀରେ ସ୍କୁଲ୍ରେ ପ୍ରଧାନ ଶିକ୍ଷକ ପ୍ରତାତପ ସାହୁଙ୍କ ଉପସ୍ଥିତିରେ ଜୟନ୍ତୀ ପାଳନ କରାଯିବା ସହ ସହକାରୀ ଶିକ୍ଷକ ସୁବ୍ରତ ସାର, ଛବିଳ ସାର୍ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଉକ୍ତ ଜୟନ୍ତୀକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା।

ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ