ବିଦ୍ୟାଳୟର ଉତ୍ସବ ହିଁ ଭବିଷ୍ୟତ ଗଠନ କରେ

ବେତନଟୀ: ସଠିଲୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଜୟଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥିରୂପେ ବଡସାହି ବିଧାୟକ ସନାତନ ବିନୁଳୀ ଓ ମୁଖ୍ୟବକ୍ତା ଭାବେ ବେତନଟୀ ବିଇଓ ବିପ୍ଲବ କର ଉପସ୍ଥିତ ରାତ୍ରଛାତ୍ରୀମାନଙ୍କୁ ଶିକ୍ଷାଲାଭପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ତିନିଜଣ ସହ ଶିକ୍ଷାଧିକାରୀ ରମାକାନ୍ତ ମହାନ୍ତ, ଗୋପାଳଚନ୍ଦ୍ର ସେନାପତି, ଅପର୍ଣ୍ଣା ସାହୁଙ୍କ ସମେତ ଶିକ୍ଷାବିତ୍ ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ଓ ସଚ୍ଚିଦାନନ୍ଦ ମହାନ୍ତି ଏବଂ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଓତା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ ପାଳନ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇଥାଏ | ଏ ଦିଗରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକାର ବର୍ଣ୍ଣନା କରିଥିଲେ । ପ୍ରାରମ୍ଭିକ ସଂଗୀତ ଶିକ୍ଷକ ବିଶ୍ଵଜିତ୍ ଦେବରଂଜନ ଦାସ ଗାନ କରିଥିବା ବେଳେ ଛାତ୍ରୀଗଣ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ତଥା ସି ଆର ସି ସି ସଂଜୟବାବୁଙ୍କ ଉପସ୍ଥିତିରେ, ସମସ୍ତ ଅତିଥିଙ୍କ ମାଧ୍ୟମରେ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାର ସଫଳତା ନିମନ୍ତେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଧାନଶିକ୍ଷକ ଶ୍ରୀଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page