ବିଧାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା୩|୧: ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ଆଜି ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ଖବରକାଗଜର ସମ୍ବାଦଦାତା ମାନେ ନୂତନବର୍ଷର ଅଭିନନ୍ଦନ ଜଣାଇବା ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି l ଏଥିସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କ ନିମନ୍ତେ ଏକ ଘର ଯୋଗାଇବା ପାଇଁ ଉପସ୍ଥିତ ସମ୍ବାଦଦାତା ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସେହିପରି ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ଦୃଷ୍ଟି ଦେବାପାଇଁ ଅନୁରୋଧ କରିଥିଲେ l ପରେ ବିଜେଡିର ବରିଷ୍ଠ ନେତା ତଥା ଆମ ସଂଗଠନର ଅଧ୍ୟକ୍ଷ କମଳ କୁମାର ପାତ୍ରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ l ତାଙ୍କୁ ମଧ୍ୟ ନୂତନବର୍ଷର ଅଭିନନ୍ଦନ ଜଣାଇବା ସହ ଚଳିତ ବର୍ଷ ନିର୍ବାଚନମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ନିର୍ବାଚନ ମଣ୍ଡଳୀରେ ଥିବା ପ୍ରମୁଖ ଛକ ଓ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନମଣ୍ଡଳୀର ପ୍ରବେଶପଥ ଯଥା ବାଳକାଟି ଭାର୍ଗବୀ ସେତୁ ନିକଟ ଏବଂ ବାଲିଅନ୍ତା ନିକୁଞ୍ଜବିହାରୀ ପୀଠ ନିକଟରେ ଏକ ସ୍ୱାଗତ ତୋରଣ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି l ସେହିପରି ସାଧାରଣ ମତଦାତାଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ନିର୍ବାଚନମଣ୍ଡଳୀରେ ରହିଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page