ବିବେକାନନ୍ଦ ପବ୍ଲିକ ସ୍କୁଲ ବାଳକାଟୀ ର ୧୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ବାଲିଅନ୍ତା ୦୩/୦୨ : ବାଳକାଟୀ ସ୍ଥିତ ଜାମୁ ତୋଟା ସ୍କୁଲ ପଡିଆରେ ବିବେକାନନ୍ଦ ପଦ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୂଖ୍ୟ ଅତିଥିଭାବେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଚଳଚିତ୍ର ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାଶ , ଶିକ୍ଷାବିତ ଜୟନ୍ତ କୁମାର ମହାନ୍ତି, ହାସ୍ୟ ଅଭିନେତା ସମ୍ୟରଞ୍ଜନ ପରିଡ଼ା, ସ୍ଥାନୀୟ ସମିତି ସଭ୍ୟ ଗଙ୍ଗାଧର ମାହାରୀ, ସରପଞ୍ଚ ରିନା ରାଣୀ ବେହେରା, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ଇପ୍ସିତା ପଣ୍ଡା, ବିଦ୍ୟାଳୟ ସଂପାଦକ ଅଭିରାମ ସାହୁ , ସ୍କୁଲ କମିଟିର ସଭ୍ୟ ସନ୍ତୋଷ କୁମାର ସାହୁ , ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବଟିକୁ ଉଦଘାଟନ କରିଥିଲେ।ଏହି ପରିପେକ୍ଷିରେ ଡଃ ରଜନୀ ରଞ୍ଜନ ଦାଶ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଓଡିଆଭାଷା ଓ ସାହିତ୍ୟପ୍ରତି ଭଲପାଇବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଲା ମାନଙ୍କ ଶିକ୍ଷାର ଉପଦେୟତା ଉପରେ ଆଲୋକପାତ କରିଥିଲେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ। ଏହି ପରିଭାବରେ ଅନ୍ୟ ସମ୍ମାନିତ ଅତିଥିମାନେ ଛାତ୍ର ଛାତ୍ରୀ ଙ୍କୁ ଗୁରୁ ଆଉ ଶିଷ୍ୟର ସମ୍ପର୍କ ଉପରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ସଂଧ୍ୟା ସମୟରେ ସ୍କୁଲର ସମସ୍ତ ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପରିଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା।ଶେଷରେ ସମସ୍ତ ଅତିଥି ମାନଙ୍କୁ ସ୍କୁଲର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page