ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱ ହୋମିଓପାଥିକ ଦିବସ ତଥା ଏହାର ଜନକ ଡା ସାମୁଏଲ ହାନିମାନଙ୍କ ୨୭୦ତମ ଜୟନ୍ତୀ ଅବସରରେ ସ୍ଥାନୀୟ ୟୁନିଟ ୩ ସ୍ଥିତ ଡ଼ ଅଭିନ୍ନଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଛାତ୍ରସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା I ରକ୍ତଦାନର ଆବଶ୍ୟକତା, ଅଭାବ ତଥା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱକୁ ବୁଝି ଅଧ୍ୟକ୍ଷ ଡ଼ ଜ୍ଞାନରଞ୍ଜନ ମହାନ୍ତି, ଉପଦେଷ୍ଟା ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖଙ୍କ ସହାୟତାରେ ଉକ୍ତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ଦାସ ରକ୍ତଦାନ କରିବା ସହିତ ପ୍ରତେକ ବ୍ୟକ୍ତି ବିଶେଷ ଆବଶ୍ୟକତା ଅନୁସାରେ ରକ୍ତଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ I କାର୍ୟ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମଧୁସୂଦନ ଦାସ, ସତ୍ୟବ୍ରତ ଜେନା ପରିଚାଳନା କରିଥିବା ବେଳେ ୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ରେଡକ୍ରସ ରକ୍ତଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page