ବେକାର ଯୁବକ, ଯୁବତୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

କଳାହାଣ୍ଡି, ୨୩|୨: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡି.ଆଇ.ଇ.ଟି ଅଫିସ ପାଖରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଦୁଇ ହଜାରରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ନେଇ ଆଜି ବେକାରୀ ସମସ୍ୟା ଦୂର କରିବା ପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଏଠାରେ ମୁଖ୍ୟ ଅଥିତି ଭାବରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପlୱାର ପ୍ରକାଶ ଯୋଗ ଦାନ କରି ଥିଲେ ଏବଂ ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ମହିଳା ଶ୍ରମଜିବି ମଞ୍ଚ ଓଡିଶା ତତ୍ତ୍ବାବଧାନରେ ନାଗରିକ ବିକାଶ

ସଂଗଠନର କର୍ମକର୍ତ୍ତା ମାନେ 11 ଗୋଟି ବ୍ଲକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୁଲି ବୁଲି ବେକାର ଯୁବକ ଯୁବତୀ ମାନଙ୍କୁ ଚିହ୍ନଟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ବେକାର ଯୁବକ ଯୁବତୀ ମାନଙ୍କୁ ଏଥିରେ ଯୋଗଦାନ କରିବାକୁ ଆମନ୍ତ୍ରଣ କରାଯାଇଥିଲା | ଯେପରି କଳାହାଣ୍ଡି ଜିଲ୍ଲାର ଯୁବକ ଯୁବତୀମାନେ ସେମାନଙ୍କ ରୋଜଗାର ନିମନ୍ତେ ସୁଯୋଗ ପାଇ ଆତ୍ମ ନିର୍ଭରଶୀଳ ହୋଇପାରିବେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କମ୍ପାନୀରୁ ଅଫିସର ମାନେ ଆସିଥିଲେ ଏବଂ ପ୍ରତ୍ୟେକ କମ୍ପାନୀର ମୁଖ୍ୟ ଅଧିକାରୀ ମାନେ ସଫଳତା ପାଇଥିବା ଲୋକମାନଙ୍କ ବିଷୟରେ କହିଥିଲେ ଏବଂ କମ୍ପାନୀରେ କି କି ପ୍ରକାର ସୁବିଧା ସୁଯୋଗ ଅଛି, ମାସିକ ବେତନ କେତେ ମିଳିବ ଇତ୍ୟାଦିର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ନାଗରିକ ବିକାଶ ସଂଗଠନର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେରଣାଦାତା ଭାବରେ କାର୍ଯ୍ୟ କରିଥିବାରୁ ଜିଲ୍ଲା ସ୍ତରୀୟ ନିଯୁକ୍ତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ ଦ୍ଵାରା ଏକ ପ୍ରସଂଶା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନ ତରଫରୁ ଜିଲ୍ଲା ପ୍ରଯୋଜକ ଅନିଲ ଦାସ ବ୍ଲକ୍ କଡିନେଟର ଉପେନ୍ଦ୍ର ସୁନାନୀ, ଜଗନ୍ନାଥ ଶଗଡ଼ିଆ, ବାବୁଲାଲ ତାଣ୍ଡି, ଜନସାଥୀ ତ୍ରିନାଥ ବେଶ୍ରା, ମୁକ୍ତା ଠାକୁର,ଅକ୍ଷୟ କୁମାର, ଟଙ୍କେସ୍ଵର କୁମାର, ପବିତ୍ର ନାଏକ, ଧନଞ୍ଜୟ ହରପାଲ, ଅହଲ୍ୟା ସାହୁ, ସୀମନ୍ତିନୀ ବାରିକ, ଅନିଲ ନାଗ, ସନ୍ତୋଷ ବାରିକ, ନୌକେଶି ସାହୁ ଯୋଗେଶ୍ଵର ନାଏକ ସମସ୍ତେ ଯୋଗ ଦେଇ ଥିଲେ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page