ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

ବେତନଟୀ ୧୭/୧୨: ବେତନଟୀ କଳା ବିକାଶ କେନ୍ଦ୍ର ୧୯୮୩ ମସିହାରେ ପ୍ରତିଷ୍ଠିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ପୁରାତନ ସାଂସ୍କୃତିକ ଅନୁଷ୍ଠାନର ୪୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠାନ ପରିସରରେ ୧୫/୧୨/୨୪ ରିଖ ରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ କୁ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବା ବେଳେ ବେତନଟୀ ସରକାରୀ ଏମପିସି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଯତୀନ୍ଦ୍ର ମୋହନ ଶତପଥୀ ମୁଖ୍ୟ ବକ୍ତା ଭାବେ ଏବଂ ବରିଷ୍ଠ ସାମ୍ବାଦିକ ତଥା ଏହି ଅନୁଷ୍ଠାନର ଉପ ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ I ଅନୁଷ୍ଠାନର ସଂପାଦକ ଡକ୍ଟର ସୁଶୀଲ କୁମାର ଘୋଷ ସଂପାଦକୀୟ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନ ସଂପର୍କରେ ବିସ୍ତୃତ ସୂଚନା ଓ ଆବଶ୍ୟକତା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ବିଜୟ କୁମାର ଦ୍ୱିବେଦୀ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ରାଧା ଗୋବିନ୍ଦ ସଦୁଆଲ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଠାରେ ହିନ୍ଦୁସ୍ଥାନୀ ସଂଗୀତ ଓଡ଼ିଶୀ ନୃତ୍ୟ ଚିତ୍ରାଙ୍କନ ବାଦ୍ୟ ଯନ୍ତ୍ର ଓ ଯୋଗ ବିଷୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଏ ବୋଲି ସଂପାଦକ ସୂଚନା ପ୍ରଦାନ କରିଥିଲେ ଏବଂ କଳା ବିକାଶ କେନ୍ଦ୍ରର ସ୍ମରଣିକା ମୁଖ୍ୟ ଅତିଥି ବିଧାୟକ ଉନ୍ମୋଚନ କରିଥିଲେ। ସର୍ବ ପ୍ରଥମେ ସମ୍ମାନିତ ଅତିଥି ଶ୍ରୀ ନନ୍ଦ ଗୋସ୍ୱାମୀ ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଏଇ ଭଳି ଅନୁଷ୍ଠାନ ମାନଙ୍କ ମାଧ୍ୟମରେ ଉନ୍ମୋଚିତ ଓ ବିକଶିତ ହୋଇ ପାରି ଥାଏ ବୋଲି କହିଥିଲେ । ଆଜିର ପିଲା ମାନେ ପାରମ୍ପରିକ କଳା ଓ ସଂସ୍କୃତି ଠାରୁ ଦୂରେଇ ଯାଉଥିବା ଏବଂ ଶିଶୁ ଅବସ୍ଥା ରୁ ମୋବାଇଲ ବ୍ୟବହାର କରି ଆସୁଥିବାରୁ ସେମାନଙ୍କ ମଧ୍ୟରେ କ୍ରୀଡା ଓ କଳା ସଂସ୍କୃତି ର ବିକାଶ ହୋଇ ପାରୁ ନ ଥିବାରୁ ଏଥି ପ୍ରତି ଅଭିଭାବକ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବିଜୁଳି ବେତନଟୀ ଅଞ୍ଚଳରେ ପ୍ରତିଷ୍ଠିତ ଏହି କଳା ବିକାଶ କେନ୍ଦ୍ର ୪୧ ବର୍ଷରେ ପଦାର୍ପଣ କରି ପାରି ଥିବାରୁ ଏହାର ପୃଷ୍ଠ ପୋଷକ ପ୍ରତିଷ୍ଠାତା ସଦସ୍ୟ ଅଞ୍ଚଳବାସୀ ମାନଙ୍କ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ପିଲା ମାନଙ୍କୁ ଶିକ୍ଷା ସହିତ କଳାତ୍ମକ ପ୍ରତିଭାର ବିକାଶ ପାଇଁ ଅଭିଭାବକ ମାନେ ଯତ୍ନବାନ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ଶତପଥୀ ସଂସ୍କୃତି ଓ କଳା ନୃତ୍ୟ ସଂଗୀତ ବାଲ୍ୟ ଅବସ୍ତା ରୁ ମଣିଷ କୁ ପ୍ରଭାବିତ କରିଥାଏ । କେବଳ ପାଠ ପଢିଲେ ମଣିଷର ସର୍ବାଙ୍ଗୀନ ବିକାଶ ହୋଇ ନ ଥାଏ । ଭଗବାନ ଙ୍କ ସୃଷ୍ଟିରେ ମଣିଷ ବିଭିନ୍ନ ଅର୍ନ୍ତ ନିହିତ ଗୁଣର ଅଧିକାରୀ ହୋଇଥିବା ବେଳେ ଏହାକୁ ବିକଶିତ କରିପାରିଲେ କଳାର ପରିପ୍ରକାଶ ଘଟିଥାଏ ବୋଲି କହିଥିଲେ। ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଯତୀନ୍ଦ୍ର ମୋହନ ଶତପଥୀ ଙ୍କୁ ମୁଖ୍ୟ ଅତିଥି ବିଧାୟକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ରାଧା ଗୋବିନ୍ଦ ସଦୁଆଲ ସଂଯୋଜନା କରିଥିବାବେଳେ ଇଶ୍ଵର ଚନ୍ଦ୍ର ମହାପାତ୍ର ଶ୍ୟାମ ପ୍ରସାଦ ମଢୁଆଳ ସୁରମା ଓତା ମନ୍ଦାକିନୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଶେଷରେ ସହଦେବ ଗିରି ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବ ଉଦଯାପିତ ହୋଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News