ଦାରିଙ୍ଗବାଡି,(୨୫/୩.2025): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମିଳିତ ଯୁବ ସଙ୍ଘ ଆନୁକୁଲ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ରେ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ସଂଘ। ଅଞ୍ଚଳରେ ଶାନ୍ତି, ସଦଭାବନା ଓ ଭାଇଚାରାକୁ ବଜାୟ ରଖିବା ସହ ନୂତନ ବନ୍ଧୁତା

ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ଥିବା ଲୁକ୍କାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ ବ୍ରାହ୍ମଣୀଗାଁ ର ଯୁବକ ମାନଙ୍କ ପକ୍ଷରୁ ପ୍ରସ୍ତାବ ଆଗତ ହୋଇଥିଲା ଉକ୍ତ ପ୍ରସ୍ତାବକୁ ଉପସ୍ଥିତ ନେତୃମଣ୍ଡଳୀ ଯୁବ ଗୋଷ୍ଠୀ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ଏକ କୋର କମିଟି ଗଠନ କରାଗଲା, ସଭାପତି ଭାବେ ଚିତ୍ର ସେନ ପାତ୍ର ଙ୍କୁ ଚୟନ କରା ଯାଇ ଥିବାବେଳେ, ଉପ ସଭାପତି ଭାବେ ରମାକାନ୍ତ ବଳିଆର ସିଂ ଓ ଗଣେଷ ଡାକୁଆ ସମ୍ପାଦକ ଭାବେ ପ୍ରଶାନ୍ତ ନାୟକ ସହ ସମ୍ପାଦକ ଶ୍ୟାମ ମହାଙ୍କୁଡ, କୋଷାଧ୍ୟକ୍ଷ ଭାବେ ଥମାସ ନାୟକ ସହ କୋଷାଧ୍ୟକ୍ଷ ଦେବରାଜ ପାଇକ ସଂଯୋଜକ ଭାବେ ନାଗା ନାୟକ ଙ୍କ ସମେତ ୨୧ଜଣ କୋର କମିଟି ସଦସ୍ୟ ମାନଙ୍କୁ ଚୟନ କରାଗଲା। ଆୟୋଜିତ ବୈଠକରେ ଉଭୟ ହିନ୍ଦୁ, ଖ୍ରୀଷ୍ଟିଆନ ଓ ଆଦିବାସୀ ସଂପ୍ରଦାୟ ର ଯୁବ ବନ୍ଧୁ ଓ କ୍ରିକେଟ୍ ପ୍ରେମୀ ମାନେ ଅଂଶ ଗ୍ରହଣ କରିଥିଲେ।