ବ୍ରାହ୍ମଣୀଗାଁ ରେ ଏ ବି ପି ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ର ଶୁଭାରମ୍ଭ

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏ ବି ପି ସିମେଣ୍ଟ ର ଇଟା ଫ୍ୟାକ୍ଟ୍ରି ଶୁଭାରମ୍ଭ ହୋଇଛି। ଭାରତୀୟ ସେନା ରୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳ ରେ ଆବଶ୍ୟକତା କୁ ଅନୁଭବ କରି କିଛି ରୋଜଗାର ସୃଷ୍ଠି କରିବା ଲକ୍ଷ୍ୟରେ ଅବସରପ୍ରାପ୍ତ ଭାରତୀୟ ସେନା କର୍ମଚାରୀ ଶ୍ରୀ ବୁଲୁ ନାୟକ ଏହି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ଆୟକର ବିଭାଗ ର ପୂର୍ବତନ କମିଶନର ଅମିର ଚାନ୍ଦ ନାୟକ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁର୍ବତନ ସମିତି ଅଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ଆମ ଗାଁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ କିଶୋର ବଳିଆର ସିଂ ,ପାଳକ ଚିତ୍ରସେନ କାର୍ଜି ମାଝୀ, ଥାନା କର୍ମଚାରୀ ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page