ବ୍ରାହ୍ମଣୀଗାଁ ରେ ମା’ ଲୁର୍ଦ୍ଧ୍ ମେରୀଙ୍କ ପର୍ବ ପାଳିତ

ଦାରିଙ୍ଗବାଡି, ୧୧/୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ୍ ମଣ୍ଡଳୀ ପକ୍ଷରୁ ମା ‘ ଲୁର୍ଦ୍ଧ୍ ମେରୀ ଙ୍କ ପର୍ବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଆର୍ଚ୍ଚ ଡାଇ ସେସ ର କୁଳାଧିପତି ଯାଯକ ଦିବ୍ୟସିଂହ ପରିଚ୍ଛା ଯୋଗଦେଇ ମୁଖ୍ୟ ପୌରହିତ୍ୟ କରିଥିବାବେଳେ ଭିକାର୍ ଜେନେରାଲ ଯାଯକ ପ୍ରଦସ ଚନ୍ଦ୍ର ନାୟକ ଯୋଗ ଦେଇ ବାଇବଲ ରୁ ଈଶ୍ବରଙ୍କ

ବାକ୍ୟ ପରିବେଷଣ କରିଥିଲେ। ମା ‘ ମେରୀ ଯେପରି ନିଃସନ୍ଦେହରେ ଈଶ୍ୱରଙ୍କ ବାକ୍ୟ କୁ ଗ୍ରହଣ କଲେ ଏବଂ ବିଶ୍ୱାସ ରେ ଦୃଢ଼ୀଭୂତ ଥିଲେ ସେହି ପରି ଖ୍ରୀଷ୍ଟୀୟ ଜୀବନ ରେ କିଭଳି ବିଶ୍ଵାସ ରେ ଦୃଢୀଭୂତ ହୋଇପାରିବେ ତାହା ବିଭିନ୍ନ ଉଦାହରଣ ଦେଇ ବାକ୍ୟ ପରିବେଷଣ କରିଥିଲେ। ଆୟୋଜିତ ଦିବ୍ୟଯଜ୍ଞ ରେ ସମ୍ମାନୀତ ଅତିଥି ଭାବେ ଯାଯକ ମନୋରଞ୍ଜନ ସିଂ, ଦେବରାଜ୍ ସିଂ, କାଶିଆନ ପ୍ରଧାନ, ମନୋଜ ବାଗ ସିଂ ସମେତ ଅନ୍ୟ ଯାଯକ ମାନେ ଯୋଗ ଦେଇ ମିଳିତ ଦିବ୍ୟ ଯଜ୍ଞ ରେ ସହଯୋଗ କରିଥିଲେ। ବାଇବଲ ପଠନ ରେ ଚର୍ଚ୍ଚ ର ମୁଖ୍ୟ ଯାଯକ ବିମଳ ଚନ୍ଦ୍ର ନାୟକ, ବିପିନ ବଳିଆର ସିଂ, ରାଣୀମା ସିଂ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମ୍ୟ ପରିଚାଳନା କମିଟି ର ସଭାପତି ବିକ୍ରମ ବସ୍ତିରାୟ ସମସ୍ତ ଅତିଥି ଯାଯକ ମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ସେବାଭଗ୍ନି ଓ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ ସ୍ଵାଗତ କରିଥିଲେ।
ଯାଯକ ଭଞ୍ଜ କିଶୋର ନାୟକ ଙ୍କ ନିର୍ଦ୍ଦେଶନା ରେ ଥାମସ ନାୟକ ଓ ଅଞ୍ଜନା ଉଥାନ ସିଂ ଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିବା ବେଳେ ନିତିନ ଓ ପରସ ମ୍ୟୁଜିକ ପରିଚାଳନା କରିଥିଲେ।ହୋଲି କ୍ରସ୍ ସଂଘ୍ ର ସେବା ଭଗ୍ନୀ ମାନେ ବେଦୀ ସାଜସଜ୍ଜା ରେ ସହଯୋଗ କରିଥିଲେ।ସହକାରୀ ଯାଯକ ଉନିଲ ଦିଗାଲ ମଞ୍ଚ ସଂଯୋଜନା କରିଥିଲେ।
ସଂଧ୍ୟା ସମୟ ରେ ଖ୍ରୀଷ୍ଟୀୟ ଶ୍ରଦ୍ଧାଳୁ ମାନେ ମା ‘ ମେରୀଙ୍କ ପ୍ରତିମୂର୍ତ୍ତି ଧରି ପ୍ରାର୍ଥନା ବାତା ବରଣ ରେ ଚର୍ଚ୍ଚ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ। ସନ୍ଧ୍ୟା ଉପାସନା ରେ ଯାଯକ ରାଜୀବ ଲୋଚନ ବଳିଆର ସିଂ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ରେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦ ପକ୍ଷରୁ ଶ୍ରେଷ୍ଠ ସାମାଜିକ ନାଟକ “ଅଧା ରହିଗଲା ସପନ ମୋର”ମଞ୍ଚସ୍ଥ କରାଯାଇ ଥିଲା। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଗ୍ରାମ୍ୟ ପରିଚାଳନା କମିଟି ର ସଭାପତି ବିକ୍ରମ ବସ୍ତିରାଇ, ସମ୍ପାଦକ ରାଧାକାନ୍ତ ବଳିଆର ସିଂ ଙ୍କ ନେତୃତ୍ୱ ରେ କମିଟି ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମ ବାସୀ ବୃନ୍ଦ ସହଯୋଗ କରିଥିବା ବେଳେ କୁକୁ ମନ୍ତ୍ରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଥାନା ଆଇ ଆଇ ସି ବିଜୟ କୁମାର ହାଇ ବୁରୁ ଙ୍କ ନିର୍ଦ୍ଧେଶ ରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page