ବ୍ରାହ୍ମଣୀଗାଁ ହବ୍ ସେଣ୍ଟର ଅଧୀନ ରେ ଦଶମ ଶ୍ରେଣୀ ପରୀକ୍ଷା ଦେଲେ 659 , ୨୧ ଅନୁପସ୍ଥିତ

ଦାରିଙ୍ଗବାଡି, ୨୧/୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ହବ୍ ସେଣ୍ଟର ଅଧୀନରେ ପଞ୍ଚୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୬୮୦ଜଣ ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିମଧ୍ୟରୁ ୬୫୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ଅନୁପସ୍ଥିତ ଥିବାନେଇ ହବ୍ ସେଣ୍ଟର ନୋଡାଲ ଅଧିକାରୀ କୃପାସିନ୍ଧୁ ସିଂ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାର ଶେଷ ସୀମା ରେ ଅବସ୍ଥିତ ଏହି ଅଞ୍ଚଳର ପରୀକ୍ଷା କେନ୍ଦ୍ର ଗୁଡ଼ିକ ଆଭ୍ୟନ୍ତରୀଣ ଇଲାକାରେ ରହୁଥିବା ରୁ ପ୍ରଶ୍ନ ପତ୍ର ପହଞ୍ଚାଇବା ଓ କେନ୍ଦ୍ର ପରିଚାଳନା କରିବା ଗୋଟିଏ ପ୍ରକାର ଚାଲେଞ୍ଜ ସୃଷ୍ଟି କରୁଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଥମ ଦିନ ଏମ ଆଇ ଏଲ (ଓଡ଼ିଆ) ପରୀକ୍ଷା ଶାନ୍ତିଶୃଙ୍ଖଳା ର ସହ ସରିଛି। କପି ରୋକିବା ପାଇଁ ପ୍ରବେଶ ଫାଟକ ରେ ଛାତ୍ର ଛାତ୍ରୀଙ୍କୁ ଚେକିଙ୍ଗ କରାଯିବା ସହ ସି ସି କ୍ୟାମେରା ବ୍ୟବସ୍ଥା କରାଯାଇ ଥିଲା । ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ ରେ ୧୭୪ ରୁ ୬ଜଣ ଅନୁପସ୍ଥିତ ରହିଥିବା ବେଳେ କାଟିଙ୍ଗିଆ ରେ ୧୩୬ ରୁ ୪ , ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ରେ ୯୧ ରୁ ୩ ଜଣ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୪୮ରୁ ୮ଜଣ ଛାତ୍ର ଛାତ୍ରୀ କୌଣସି କାରଣ ରୁ ପରୀକ୍ଷା ରେ ଅନୁପସ୍ଥିତ ଥିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୂରୁ ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ଙ୍କ ସହ ହବ୍ ସେଣ୍ଟର ନୋଡାଲ ଅଧିକାରୀ କୃପାସିନ୍ଧୁ ସିଂ ଓ ରାଜସ୍ବ ନୀରକ୍ଷକ ରଞ୍ଜିତ କୁମାର କହଁର ଙ୍କ ତତ୍ତ୍ଵାବଧାନରେ ପ୍ରଶ୍ନ ପତ୍ର ଗୁଡ଼ିକ ସମୟାନୁସାରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚା ଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page