ବ୍ୟାସକବି ଫକୀର ମୋହନ ସେନାପତିଙ୍କ 183 ତମ ଜୟନ୍ତୀ

ଭୁବନେଶ୍ୱର: ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଉତ୍କଳ ସମ୍ମିଳନୀ ସହିତ ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ 183 ତମ ଜୟନ୍ତୀ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଆ ଭାଷା ସାହିତ୍ୟ, ଗଦ୍ୟ ଭଣ୍ଡାର, ସ୍ୱାଧୀନତା ସଂଗ୍ରାମ ରେ ସାମିଲ ସହିତ କଥା ସମ୍ରାଟର ମୂର୍ତ୍ତିମନ୍ତ ପ୍ରତୀକ ତଥା ଓଡ଼ିଆ ସାହିତ୍ୟ ରଚନା ଦ୍ୱାରା ସମାଜ ରେ ସକାରାତ୍ମକ ଚିତ୍ର ପ୍ରଦାନ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଇତିହାସରେ ସୃଷ୍ଟି କରିଥିଲେ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ I ସମାଜର ବାସ୍ତବ ଚିତ୍ରକୁ ସାହିତ୍ୟ ମାଧ୍ୟମରେ ପରିପ୍ରକାଶ କରିବା ଥିଲା ତାଙ୍କ ଅଦ୍ୱିତୀୟ ପ୍ରତିଭା ର ପ୍ରମାଣ.ରେବତୀ, ଛ ମାଣ ଆଠ ଗୁଣ୍ଠ, ପେଟେଣ୍ଟ ମେଡ଼ିସିନ ପ୍ରମୁଖ ତାଙ୍କ କାଳଜୟୀ କୃତି ବୋଲି କହିଥିଲେ I ସମ୍ମାନିତ ଅତିଥି ଭାବେଉତ୍କଳ ସମ୍ମିଳନୀ ର ବରିଷ୍ଠ ସଦସ୍ୟ ଭାଷାପ୍ରାଣ ଦିଲୀପ ଦାଶଶର୍ମା, ଅନନ୍ତ ପ୍ରସାଦ ଜେନା, ମନୋରଞ୍ଜନ ମହାନ୍ତି, ବାସନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତି ଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News