ଭଙ୍ଗାବାରୀ ଠାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

କଳାହାଣ୍ଡି, ୧୮/୦୩: (ଜଗନ୍ନାଥ ନାଏକ) ଉତ୍କଳ ବୁଲେଟିନ : କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ କାମଥନା ଅଧିନସ୍ଥ ଭଙ୍ଗାବାରି ଗାୟତ୍ରୀ ଶକ୍ତିପୀଠ ଠାରେ ତା ୧୬-୦୩-୨୫ ରୁ ତା ୧୮-୦୩-୨୫ ପର୍ଯନ୍ତ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ସଂକଳ୍ପ ହୃଦୟର ଦେବତ୍ଵ ଜାଗରଣ ପୃଥିବୀ ପୃଷ୍ଠର ସ୍ୱର୍ଗବତରାଣକୁ ପୂର୍ଣ୍ଣ କରିବା ପାଇଁ ଯଜ୍ଞ ମାଧ୍ୟମରେ ସଂସ୍କାର କରିବା ନାରୀ ଶତାଦ୍ଧି ସହିତ ଉଜ୍ଜଳ ଭବିଷ୍ୟତ ଓ ବିଶ୍ୱବାସୀଙ୍କୁ ମନମସ୍ତିଷ୍କରେ ପ୍ରବେଶ କରି ପ୍ରଭାବିତ ପ୍ରକାଶିତ କରିବା ଅନ୍ତଆତ୍ମାକୁ ଶୁଦ୍ଧ ନିର୍ମାଣ କରିବା ସମସ୍ତ ମାନବ ଜାତିକୁ ସଦ୍ ମାର୍ଗରେ ଚାଲିବା ପାଇ ଏହି ମହାଯଜ୍ଞରେ ମୀନକେତନ ପାତ୍ର ବରଗଡ, ମୀନକେତନ ମେହେର ବଲାଙ୍ଗୀର , ଲିଙ୍ଗରାଜ ଭୋଇ, ଝାରସୁଗୁଡା ଓ ଅଶୋକ ଭୋଇ ଯୋଗଦେଇ ନବ କୁଣ୍ଡିୟ ଯଜ୍ଞ ପରିଚଳନା ସହିତ ଋଷିପୁତ୍ର ମାନଙ୍କ ପ୍ରବଚନ ମାଧ୍ୟମରେ ବୁଝେଇ ଥିଲେ।ମହାଯଜ୍ଞରେ ବିଭିନ୍ନ ଅଞ୍ଚଳର ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ଉପସ୍ଥିତ ରହି ଅମୃତ ବାଣୀ ଶ୍ରବଣ କରିଥିଲେ। ଏଥିରେ ଦୈନକ ମୁଁଣ୍ଡନ, ବ୍ରତପନୟନ ବିଦ୍ୟାରମ୍ଭ ଫୁଶବନ୍ ବିବାହ ,ଦୀକ୍ଷା ସଂସ୍କାର ଅର୍ନପ୍ରାସନ୍ନ ନିଶୁଳ୍କ ବ୍ୟବସ୍ଥା କରାଯାଇଥିଲା । ମହାଯଜ୍ଞରେ ଆୟୋଜକ ଗାୟତ୍ରୀ ଶକ୍ତିପୀଠ ଭଙ୍ଗା ବାରୀ,ଗାୟତ୍ରୀ ପରିବାର ଓ ଜନସାଧାରଣ ପ୍ରଭୁଙ୍କ କରୁଣାଲାଭ ପାଇବା ସଙ୍ଗେ ସଙ୍ଗେ ସହଯୋଗ କରିଥିଲେ।

ଭବାନୀ ପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page