ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ସାତ ଦଫା ଦାବୀ ନେଇ ଶୋଭାଯାତ୍ରା

ବାଲିଗୁଡା: ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀଙ୍କ ଅଧିକାର ଓ ସୁରକ୍ଷା ନିମନ୍ତେ ବାଲିଗୁଡାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି l ଏହି ଶୋଭାଯାତ୍ରାରେ ବାଲିଗୁଡା ଉପଖଣ୍ଡର ନଅ ଗୋଟି ବ୍ଲକର ବିଭିନ୍ନ ଭତ୍ତା ହିତାଧିକାରୀ ଯୋଗ ଦେଇଥିଲେ l ଏହି ଅବସରରେ ଗାୟତ୍ରୀ ମନ୍ଦିର ନିକଟରୁ ଭତ୍ତା ହିତାଧିକାରୀ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରାରେ ବାହାରି ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ l ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସାତ ଦଫା ଦାବିପତ୍ର ପ୍ରଦାନ କରାଯାଇଅଛି l ନୂତନ ସରକାର ଗଠନ ପୂର୍ବରୁ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମାସିକ ତିନି ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦିଆଯାଇଥିଲେ ସୁଦ୍ଧା ଏଯାଇଁ ସରକାର ପ୍ରତିଶୃତି ପାଳନ କରିନଥିବା ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ଦାବି କରିଛି l ଏଥିସହ ଭିନ୍ନକ୍ଷମ ଓ ବିଧବା ଭତ୍ତା ହିତାଧିକାରୀଙ୍କୁ ପାଞ୍ଚ କେଜି ଚାଉଳ ବଦଳରେ ପଞ୍ଚତିରିଶି କେଜି ପ୍ରଦାନ ସହ ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମିଳୁଥିବା କୋଡିଏ ହଜାର ଟଙ୍କା ବଦଳରେ ପଚାଶ ହଜାର ଟଙ୍କାକୁ ସହାୟତା ରାଶି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି l ତେଣୁ ଭତ୍ତା ହିତାଧିକାରୀଙ୍କ ନ୍ୟାର୍ଯ୍ୟ ଦାବି ସରକାର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବାକୁ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚର କାର୍ଯ୍ୟକର୍ତ୍ତା ଉପଦେଷ୍ଟା ଫିଲିପ କୁମାର ଦିଗାଳ, ଅଶୋକ ମଳିକ, ଇମାନୁଏଲ ନାୟକ ସଭାପତି ପରମାନନ୍ଦ ନାୟକ ସମ୍ପାଦକ ସୁରକ୍ଷିତ ନାୟକ ସମେତ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି |

ବାଲିଗୁଡ଼ାରୁ ମନୋଜ ପଣ୍ଡାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page