ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ∣

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ପ୍ରତେକ ବ୍ଲକରେ ଖଣି ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଦ୍ୱାରା ଟ୍ରାକ୍ଟର ମାନଙ୍କୁ ଧଗରପକଡ଼ କରି ମନଇଚ୍ଛା ଫାଇନ ଆଦାୟ କରିବା ସହିତ ଟ୍ରାକ୍ଟର ମାନଙ୍କୁ ଜବତ କରି ଥାନାରେ ରଖିବା ଓ ଡ୍ରାଇଭର ମାନଙ୍କୁ ଅଟକ ରଖି ମନଇଚ୍ଛା ଟଙ୍କା ଦାବୀ କରି ଜୋରିମାନା ଆଦାୟ କରିବା ଯଦି କୌଣସି ମାଲିକ ଜୋରିମାନା ନଦେଇପାରିଲା ତାହେଲେ ଟ୍ରାକ୍ଟରକୁ କୋର୍ଟ ଚାଲାଣ କରିବା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବହୁତ ଅସୁବିଧା ହେଉଥିବା ସହିତ ଟ୍ରାକ୍ଟର ମାଲିକ ମାନଙ୍କ ମଧ୍ୟରେ ଆଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି ∣ ଗୋଟିଏ ଟ୍ରାକ୍ଟର ମାଲିକ ପାଖରେ ହାର ହାରି ୫ ରୁ ୬ ଜଣ ଶ୍ରମିକ କାମ କରୁଥିବା ବେଳେ ତାଙ୍କ ପରିବାର ମଧ୍ୟ ନିଜର ଜୀବନଜୀବିକା ପ୍ରତିପୋଷଣ କରୁଛନ୍ତି ∣ ସରକାରଙ୍କ ନିର୍ଦେଶ କ୍ରମେ ପୋଲିସ, ଖଣି ବିଭାଗ ଓ ତହସିଲ ବିଭାଗର ଏହି ଧରପକଡ଼ରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପ୍ରାୟ ୧୦୦ ଟି ଟ୍ରାକ୍ଟର ମାଲିକ ହନ୍ତସନ୍ତ ହେବା ସହିତ ତାଙ୍କ ପାଖରେ ପ୍ରାୟ ୧୦୦୦ ଜଣ ଶ୍ରମିକ ରୋଜଗାର ପାଇଁ କାର୍ଯ୍ୟ କରୁଛନ୍ତି ଯାହାର ଜୀବନ ଜୀବିକା ଉପରେ ମଧ୍ୟ ବହୁତ ପ୍ରଭାବ ପଡୁଛି ∣ ତେଣୁ ଓଡିଶା ସରକାର ଟ୍ରାକ୍ଟର ମାଲିକ ମାନଙ୍କୁ ରୟାଲଟି ପ୍ରଦାନ କରିବା ପାଇଁ ସୁବ୍ୟବସ୍ଥା କରିବାକୁ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ଅନୁରୋଧ କରାଯାଉଛି ∣ ବାଲି ଲିଜ ଘାଟ ସବୁରୁ ହାଇୱା ମାନେ ବାଲି ଆଣୁଥିବା ବେଳେ ସବୁତକ ଟ୍ରିପରେ ରୟାଲଟି ରସିଦ ନଥିବା ବେଳେ ଡ଼ମ୍ପିଙ୍ଗ କରୁଥିବା ବାଲିକୁ ମଧ୍ୟ ଟ୍ରାକ୍ଟରରେ ସ୍ଥାନାନ୍ତରିତ କରୁଥିବା ବେଳେ ମଧ୍ୟ ଧଗରପକଡ଼ କରି ଫାଇନ ଆଦାୟ କରାଯାଉଛି ଯାହା ହାଇୱା ଓ ବାଲି ଘାଟ ଲିଜ ଧାରୀମାନେ ବୁଝିବା କଥା ତାହା ସେମାନେ ବୁଝୁନାହାନ୍ତି ଯାହା ଫଳରେ ଟ୍ରାକ୍ଟର ମାଲିକ ମାନଙ୍କୁ ବହୁତ ଅସୁବିଧା ହେଉଅଛି ∣ ଜଣେ ଟ୍ରାକ୍ଟର ମାଲିକ ଦୈନିକ ୧୦୦୦ ଟଙ୍କା ରୋଜଗାର କରୁଥିବା ବେଳେ ମାସିକ ୧୫୦୦୦/- ଟଙ୍କା ଇଏମଆଇ ଦେବା ବେଳେ ୭୦୦୦/- ଟଙ୍କା ଡ୍ରାଇଭରକୁ ମାସିକ ଦରମା ଦେଇ ଅବଶିଷ୍ଟ ଟଙ୍କା ନିଜ ଜୀବନଜୀବିକା ଉପରେ ନିର୍ଭର କରୁଛି ଯଦି ସେହି ଟ୍ରାକ୍ଟର ମାଲିକଙ୍କୁ ମାସିକ ୩ ଥର ଧରପକଡ଼ କରି ଫାଇନ ୧ ଲକ୍ଷ ଆଦାୟ କରାଯାଏ ତାହେଲେ ତାର ଜୀବନ ସହିଳି ଅସ୍ତବ୍ୟସ୍ତ ହୋଇଯିବି ବୋଲି ମାଲିକ ଓ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି ∣ ଓଡିଶା ସରକାର ଏସବୁ ସମସ୍ୟାର ସମାଧାନ କରି ସମସ୍ତ ଟ୍ରାକ୍ଟର ମାଲିକ ଓ ଶ୍ରମିକ ମାନଙ୍କୁ ରୋଜଗାର ପ୍ରଦାନ କଲେ ବିଭିନ୍ନ ସରକାରୀ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସରକାରୀ ଉନ୍ନୟନ କାର୍ଯ୍ୟ ସବୁ ସୁଚାରିରୂପେ ସମ୍ପାଦନ ହୋଇପାରିବ ବୋଲି ଦାବୀ କରୁଛନ୍ତି ∣ ଯଦି ଏହି ଅସୁବିଧା ଗୁଡିକ ପୂରଣ ନକଲେ ଆଗାମୀ ଦିନରେ ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ପ୍ରତେକ ଡ୍ରାଇଭର ଓ ପ୍ରତେକ ଶ୍ରମିକଙ୍କ ପରିବାର ଓ ପିଲାଛୁଆ ମାନେ ରାଜ ରାସ୍ତାରେ ଓଲ୍ଲାଇବା ସହିତ କଳାହାଣ୍ଡି ଜିଲ୍ଲା ବନ୍ଦ କରିବାକୁ ଆହ୍ୱାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ନିଜର ରୋଜଗାର ଓ ହକ ପାଇଁ ବୋଲି ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ସଭାପତି ମୁଜ଼ାଫର ଅଲ୍ଲୀ ଖାଁ, ସମ୍ପାଦକ ମଣି ବାଗ, କୋଷାଧକ୍ଷ ସନ୍ତୋଷ ମୁଣ୍ଡ, ମଞ୍ଜୁର ଅଲ୍ଲୀ ଖାଁ, ବିଷ୍ଣୁ ନାଏକ, ନାରାୟଣ, ଆମ୍ପି, ଠାକୁର, ଏସ ବାବୁ, ଜାଗା, ରୋହିତ, ପ୍ରଶାନ୍ତ, ପିତ, ମୁରଲୀ ପ୍ରଧାନ, ସରୋଜ, ଗାନ୍ଧୀ, ଚିତ ପ୍ରମୁଖ ଟ୍ରାକ୍ଟର ମାଲିକ ଚେତାବନୀ ଦେଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page