ଭସ୍ମ ବୁଧବାର ପାଳିତ

ଆରମ୍ଭ ହେଲା କାଥଲିକ ସମ୍ପ୍ରଦାୟର ୪୦ ଦିବସୀୟ ତପସ୍ୟା କାଳ
ଦାରିଙ୍ଗବାଡି :
ସମଗ୍ର ପୃଥିବୀର କାଥଲିକ ସମ୍ପ୍ରଦାୟ ଆଜି ଠାରୁ ତପସ୍ୟା କାଳରେ ପ୍ରବେଶ କରିଛନ୍ତି, ମସ୍ତକରେ ଭସ୍ମ ବୋଳି ବୁଧବାର ଠାରୁ ଗୁଡ ଫ୍ରାଇ ଡେ ପର୍ଯ୍ୟନ୍ତ ତପସ୍ୟା କାଳ ଭାବେ ପାଳନ କରିଥାନ୍ତି । ଏହି ସମୟ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଯାତନା କୁ ସ୍ମରଣ କରି ତାଙ୍କର ଶିକ୍ଷାନୁଯାଇ ମନ ପରିବର୍ତ୍ତନ କରି ପାପ କର୍ମ ପ୍ରତି ଅନୁତାପ ଓ ପଶ୍ଚ୍ୟାତାପ କରି

ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଉପବାସ , ଦାନ, ଧର୍ମ, ଆଦି କାର୍ଯ୍ୟରେ ବ୍ରତୀ ରହିଥାନ୍ତି। ଏହି ଅବସର ରେ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ଭସ୍ମ ବୁଧବାର ର ଆୟୋଜନ କରଯାଇଥିଲା, ଚର୍ଚ୍ଚ ର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକଙ୍କ ପୌରହିତ୍ୟ ରେ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା, ସମସ୍ତ ଖ୍ରୀଷ୍ଟ ବିଶ୍ବାସୀମାନେ ଅନୁତପ୍ତ ହୋଇ ନିଜ ମସ୍ତକରେ ଭସ୍ମ ବୋଳି ତପସ୍ୟା କାଳ ର ଆରମ୍ଭ କରିଛନ୍ତି, ଏହି ସମୟରେ ବିଶ୍ବାସୀ ମାନେ ନିଜ ବ୍ରତକୁ କିଭଳି ପାଳନ କରିବେ ସେମାନଙ୍କ ବ୍ଯବହାର ଓ ଚାଲି ଚଳନି କଣ ହେବା ଆବଶ୍ୟକତା ରହିଛି ସେ ସମ୍ପର୍କ ରେ ବାଇବଲ ରୁ ପ୍ରଭୁ ଯୀଶୁ ଙ୍କ ଶିକ୍ଷା ବିଷୟରେ ବାକ୍ୟ ପରିବେଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କଲ୍ୟାଣୀ ସେନାପତି, ପ୍ରଚାରକ ମୁକୁନ୍ଦ ସିଂ ପ୍ରାର୍ଥନା ପରିଚାଳନା କରିଥିବା ବେଳେ ଥମାସ ନାୟକଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିଲେ, ଅପରାହ୍ନ ରେ କୃଶ୍ୟ ପଥ ପ୍ରାର୍ଥନା କରାଯାଇ ଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page