ମଳଦ୍ୱାରରେ ଆଣୁଥିଲେ ସୁନା, ଧରିଲେ ରାଜସ୍ୱ ଗୁଇନ୍ଦା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୩ କେଜିରୁ ଅଧିକ ସୂଚନା। ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ଦୁବାଇରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ମୋଟ ୩ କେଜି ୭୭ ଗ୍ରାମର ତରଳ ସୁନା ଜବତ କରିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କହିଛି। ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ। ସେମାନେ ୬ ତାରିଖରେ ଏଠାକୁ ଆସିଥିଲେ। ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିଲେ। ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି। କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି। ଏହାର ବଜାର ମୂଲ୍ୟ ୨.୭୯ କୋଟି ହେବ। ମିଳିଥିବା ତରଳ ସୁନାକୁ ଜବତ କରାଯାଇଛି ଓ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News