ମହିମାସେବା ଫାଉଣ୍ଡେସନର ଷଷ୍ଠ ସ୍ୱନକ୍ଷତ୍ର ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ଷଷ୍ଠ ସ୍ୱନକ୍ଷତ୍ର ଦିବସ ଅନ୍ଧାରୁଆ ସ୍ଥିତ ପ୍ରବୁଦ୍ଧପାହାଡ଼ ଠାରେ ଥିବା ସତ୍ୟ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି I ପ୍ରାତଃ ସମୟରେ ଶୂନ୍ୟ ମହିମା ପ୍ରଭୁ ଙ୍କୁ ପ୍ରଦ୍ବୀପ ପ୍ରଜ୍ବଳନ ସହିତ ବିଶ୍ୱ ବାସୀଙ୍କ ମଙ୍ଗଳ କାମନା କରାଯାଇ କାର୍ୟ୍ୟକ୍ରମର ଶୁଭାରମ୍ଭ ନିଆରା ଭାବେ ପାଳିତ ହୋଇଥିଲା କ୍ଷ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସାଧୁ ମଧୁସୂଦନ ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଅଭିମନ୍ୟୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ମହିମା ଧର୍ମାବଲମ୍ବୀ ସମାଜସେବୀ ପଦ୍ମ ଚରଣ ବେହେରା,ବରିଷ୍ଠ ସମାଜସେବୀ ସାଧୁ ଚରଣ ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରୀନା ମହାନ୍ତି ଉପସ୍ଥିତ ରହିବା ସହ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥିଲେ କ୍ଷ ଫାଉଣ୍ଡେସନର ପରିଚାଳନା ନିର୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆ ଦୀର୍ଘ ପାଞ୍ଚବର୍ଷ ହେବ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ରକ୍ତଦାନ, ବୃକ୍ଷରୋପଣ, ଅସହାୟଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ସହିତ ଗରିବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ସହଯୋଗ ଉକ୍ତ ସଂଗଠନ କରି ଆସୁଛି ବୋଲି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ସାମାଜିକ କାର୍ୟ୍ୟ ପାଇଁ ସମାଜସେବୀ ସସ୍ମିତା ପାହାଡ଼ ସିଂ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I କାର୍ୟ୍ୟକ୍ରମକୁ ଡ଼ ନରୋତ୍ତମ ଦାସ ବିଶେଷ ସହଯୋଗ କରିଥିବା ବେଳେ ପ୍ରଜ୍ଞା, ହୃଦାନନ୍ଦ ସୁଶାନ୍ତ, ନିରୋଦଙ୍କ ସହିତ ଅନ୍ଧାରୁଆ ଗ୍ରାମ ବାସୀ ପରିଚାଳନା କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page