ମହିମା ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର /ଅନ୍ଧାରୁଆ: ସ୍ଥାନୀୟ ଅନ୍ଧାରୁଆ ସ୍ଥିତ ପ୍ରଭୁଦ୍ଧବିହାର ଠାରେ ପୌଷ ଶୁକ୍ଳ ଚତୁର୍ଦଶୀ ଦିନ ମହିମା ମହୋତ୍ସବ ଉକ୍ତ ଧାମର ପ୍ରତିଷ୍ଠାତା ତଥା ସିଦ୍ଧପୁରୁଷ ବ୍ରହ୍ମଲୀନ ଜୟକୃଷ୍ଣ ବାବାଙ୍କ ପୂର୍ବ ଆଦେଶ ଅନୁସାରେ ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି l ସାଧୁଭିକ୍ଷା, ବେଢାପରିକ୍ରମା, ଘୃତବତୀ ପ୍ରଜ୍ବଳନ, ସାୟଂଶରଣ ଦର୍ଶନ, ବିଶ୍ୱନିମିତ୍ତ ପ୍ରାର୍ଥନା, ସତସଙ୍ଗ ଓ ଧର୍ମାଲୋଚନା ସହ ପ୍ରମୁଖ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇଥିଲା l ସାଧୁ ଭାରଦ୍ୱାଜ ଦାସ, ସାଧୁ ତିରୁପତି ଦାସଙ୍କ ସହିତ ଅନ୍ଧାରୁଆ ଗ୍ରାମବାସି ଭକ୍ତ ଓ ମହିମା ସାଧୁସନ୍ଥ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଭକ୍ତ ପ୍ରହଲ୍ଲାଦ ପରିଡା, ବାବୁ ଭଜମନ ସ୍ୱାଇଁ ଓ ଭକ୍ତିମାତା ସୁପ୍ରଭା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ବୋଲି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page