ମହିଳା ଭୂମି ଅଧିକାର ସମ୍ପର୍କିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ପରିଚର୍ଚ୍ଚା କାର୍ୟ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱରର ସି ୱାଇ ଏସ ଡ଼ି ପ୍ରେଖ୍ୟାଳୟ ଠାରେ ମହାତ୍ମା ଗାନ୍ଧୀ ସେବା ଆଶ୍ରମ ଦ୍ୱାରା ଆୟୋଜିତ ମହିଳା ଭୂମି ଅଧିକାର ସମ୍ପର୍କିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ପରିଚର୍ଚ୍ଚା ଆରମ୍ଭ ହୋଇ ଯାଇଛି I ଭୁବନେଶ୍ୱର ମେୟର ସୁଲୋଚନା ଦାସ ଅନୁଷ୍ଠାନିକ ଭାବେ କାର୍ୟ୍ୟକ୍ରମକୁ ଉଦଘାଟନ କରି କହିଥିଲେ କି ମହିଳାଙ୍କୁ ଅଧିକାର ପ୍ରଦାନ କ୍ଷେତ୍ରରେ ସରକାର ଓ ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେବା ଦରକାର I ମହିଳା ପୁରୁଷ ଆପେକ୍ଷ ଅଧିକ ଦାୟିତ୍ୱବାନ ଓ ଶୃଙ୍ଖଳିତ I ତେଣୁ ସମ୍ପତି, ଜମି ଓ ସମ୍ପଦ ବା ଧନ ତାଙ୍କୁ ଦେଲେ ସେମାନେ ଭଲ ଭାବେ ବିନିଯୋଗ କରି ପରିବାର, ସମାଜ ଓ ଦେଶର ଅଧିକ ବିକାଶ କରି ପାରିବେ I ଜନସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ମହିଳା I ସମାଜରେ ମହିଳା ମାନଙ୍କ ବିକାଶ ନହେଲେ ସମାଜର ବିକାଶ ଅସମ୍ଭବ I ବର୍ତମାନ ଦେଶରେ ପ୍ରାୟ ୮୫ %ରୁ ଅଧିକ ଜମି ପୁରୁଷଙ୍କ ନାମରେ ରହିଛି I ଏହା ଏକ ଅଧିକାର ଜନିତ ଅସମକ୍ଷନତା ସୃଷ୍ଟି କରୁଛି I ଏଥିରେ ସଂସ୍କାର ସହ ସୁଧାର ଆସିଵା ଆବଶ୍ୟକ I ବିଶେଷ କରି ଜଙ୍ଗଲ ଜମି ଅଧିକାର ଆଇନ, ପେସା ଆଇନ, ଭୂମିଜେଅଧିକାର, ମହିଳା ସଂରକ୍ଷଣ ଆଇନ, ମହିଳା ଅଧିକାର ଆଇନ, ମହିଳା ଉଦ୍ୟୋଗ ପ୍ରୋତ୍ସାହନ ଆଇନ, ଆଦି ସମ୍ପର୍କରେ ଦେଶର ବିଶିଷ୍ଟ ତଥା ବରିଷ୍ଠ ସାମାଜିକ କର୍ମୀ ମାନେ ଯୋଗ ଦେଇ ଆଲୋଚନା କରିଥିଲେ I ମହିଳା ଯେହେତୁ ସୃଷ୍ଟିର ଜନନୀ ଓ ଯିବାସତ୍ତା ବା ଶିଶୁକୁ ୧୦ ମାସ ପେଟରେ ଧରି ରଖି ଜନ୍ମ ଦେଇ ଲାଳନ ପାଳନ କରି ମଣିଷ କରେ କ୍ଷ ମହିଳାଙ୍କୁ ସମାଜରେ ସମ୍ମାନର ସହିତ ସମସ୍ତ ଅଧିକାର ଦେଇ ବଂଚିବାର ଅଧିକାର ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ ସହ ଲଢେଇ ଉପରେ ବିସଦ ଆଲୋଚନା ହୋଇଥିଲା I ଏକତା ପରିଷଦ ସଂଯୋଜକ ବିଜୟ ପ୍ରଧାନଙ୍କ ସଂଚାଳନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବିଭିନ୍ନ ସାମାଜିକ ସଂସ୍କାର କ୍ଷେତ୍ରରେ କାର୍ୟ୍ୟ କରୁଥିବା ରାଜ୍ୟର ପ୍ରତିଷ୍ଠିତ ସାମାଜିକ ନେତୃତ୍ୱ ଭାରତ ଭୂଷଣ ଠାକୁର, ତୁଷାର ଦାସ, ସଚିକାନ୍ତ ପ୍ରଧାନ, ମନୋଜ ଜେନା, ପ୍ରସନ୍ନ ବିଷୋୟୀ,ସ୍ନେହଲତା ମହାନ୍ତି,ରୋଶନକ୍ଷରକ୍ଷ ମହାନ୍ତି, ଶଙ୍କର ପାଣି, ଉଷାରାଣି ବେହେରା, ମଞ୍ଜୁଲତା ମହାପାତ୍ର, କେଦାର ଚୌଧୁରୀ, ରୀନା ରାଉତରାୟ, ଜଗନ୍ନାଥ ନୁନ୍ଦୁରୁକା, ପ୍ରଭାସିନୀ ରାଉତ, ଭାରତୀ ନାୟକ, ବିଷ୍ନୁପ୍ରିୟା ସ୍ୱାଇଁ ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ସାରା ରାଜ୍ୟର ପ୍ରାୟ ଦୁଇଶହରୁ ଉର୍ଦ୍ଧ ଭୂମି ଅଧିକାର କର୍ମୀ ଏଇ ଦୁଇ ଦିନିଆ ପରିଚର୍ଚ୍ଚା କାର୍ୟ୍ୟକ୍ରରେ ଯୋଗ ଦେଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page