ମାଁ ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ

କଳାହାଣ୍ଡି, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ଓଡ଼ିଶା ହେଉଛି ଶରୀର, ଓଡ଼ିଆ ତାର ଆତ୍ମା ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ-୨୦୨୫ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ପ୍ରାଚୀନ ଓଡିଶାର ସ୍ମୃତିଚାରଣ କରିଥିଲେ । ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ସ୍ୱାଗତ ଅଭିଭାଷଣ ଦେଇ ଓଡିଶା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସହକାରୀ ପ୍ରଫେସର ଡୋଳାମଣି ଧରୁଆ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଉପରେ ଆଲୋଚନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ବିଶ୍ୱ ଦରବାରରେ ଓଡ଼ିଶା କିପରି ପରିଚୟ ସୃଷ୍ଟି କରିଛି, ସେ ବିଷୟରେ କହିଥିଲେ । ସମାଜବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର ବିରେନ୍ଦ୍ର କୁମାର ସୁନା ଓଡ଼ିଆ ଭାଷାର ମହତ୍ତ୍ବ ଉପସ୍ଥାପନ କରିଥିବାବେଳେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ଡକ୍ଟର ମଧୁଲିକା ସାହୁ ଓଡ଼ିଶା ଦିବସର ଗୁରୁତ୍ୱ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଅଧ୍ୟାପିକା ଡକ୍ଟର ପ୍ରତ୍ୟାଶା ଧଳ ମଞ୍ଚ ପରିଚାଳନା କରିଥିବାବେଳେ ଗବେଷକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସରେ ବିଶ୍ୱ ବିଦ୍ୟାଳୟର ସମସ୍ତ ଅଧ୍ୟାପକ- ଅଧ୍ୟାପିକା , ଗବେଷକ-ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରଛାତ୍ରୀଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page