ମାଟିରେ ମିଶିଲା ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ବିଡିଏ ପକ୍ଷରୁ ବୁଲଡୋଜର୍ ଚଢ଼ାଇ ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ବୈକୁଣ୍ଠଧାମ ଆଶ୍ରମକୁ ଭଙ୍ଗାଯାଇଛି। ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବେଆଇନ୍ ନିର୍ମାଣ ହେତୁ ଏହାକୁ ଭଙ୍ଗାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଶୁକ୍ରବାର ଦିନ ଏହାକୁ ଭଙ୍ଗାଯିବ ବୋଲି ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଥିଲା। ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଥିଲା। ଏହାପରେ ବୁଲଡୋଜର ଆଶ୍ରମରେ ଚାଲିଛି। ଜବର ଦଖଲ ହଟାଯିବା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଅବା ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା। ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜବର ଦଖଲ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବିଡ଼ିଏ ପକ୍ଷରୁ ସୂଚନା ଜାରି ହୋଇଥିଲା। ହାଇକୋର୍ଟଙ୍କ ସମ୍ମୁଖରେ ମିଥ୍ୟା ସତ୍ୟପାଠ କରି ଆଶ୍ରମ କର୍ତ୍ତୃପକ୍ଷ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ହାଇକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ରହିତାଦେଶକୁ ହଟାଇ ଦିଆଯାଇଥିଲା। ଗୁରୁବାର ବୈକୁଣ୍ଠ ଧାନ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦ୍ଦେଶ ଦେଇଥିଲା। ନିକଟରେ ବାବାଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଏହା ଶ୍ରଦ୍ଧାଳୁଙ୍କୁ ବେଶ୍ ମାନସିକ ଆଘାତ ଦେଇଥିଲା।
୨୦୨୫ ଜାନୁଆରି ୧୦ ତାରିଖରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ଜବର ଦଖଲ ହଟାଇବା ନେଇ ବିଡ଼ିଏ ଉପରେ ଲାଗୁ ହୋଇଥିବା ରହିତାଦେଶକୁ ହଟାଇ ଦେଇଥିଲେ। ଏହାପରେ ବିଡ଼ିଏ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page