ବୋଲଗଡ଼: ବୋଲଗଡ଼ ନିକଟସ୍ଥ ମାଣିକାଗୋଡ଼ା ଗ୍ରାମରେ ଘଟିଲା ଅପ୍ରୀତିକର ପରିସ୍ଥିତି। ଗ୍ରାମବାସୀ ଏକାଠି ହୋଇ ଅଟକାଇଲେ ପୋଲିସ ଗାଡ଼ି। ବୋଲଗଡ଼ ଥାନା ଆଇଆଇସି ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସମ୍ଭାଳିଥିଲା। ସୂଚନାଯୋଗ୍ୟ ଯେ, ମାଣିକାଗୋଡ଼ା ହାଟସାହିର ଟୁନା ଜେନାଙ୍କ ସ୍ତ୍ରୀ କିଛି ଦିନ ଲଗାତାର ଭାବରେ ଗାଁ ଲୋକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲା । ଏହାକୁ ନେଇ ଗ୍ରାମବାସୀ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ଥାନାର

କର୍ମଚାରୀ ଆସି ଗାଁ ସଭା ବସାଇ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଟୁନା ଜେନାଙ୍କ ସ୍ତ୍ରୀ ସଭାରେ ସମସ୍ତଙ୍କୁ ଗାଳିଗୁଲଜ କରି ଚାଲିଯାଇଥିଲେ। ଗତକାଲି ସେ ପୁଣି ଗାଲିଗୁଲଜ କରିବାରୁ ଗାଁ ଲୋକ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ଖବର ପାଇ ବୋଲଗଡ଼ ଥାନାରେ ସେଠାରେ ପହଂଚିଥିଲେ। ପୋଲିସ ଟୁନା ଜେନାଙ୍କ ପରିବାରକୁ ଥାନାକୁ ଆଣିବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକ ପ୍ରତିବାଦ କରିଥିଲେ। ପୋଲିସଙ୍କ ଉପସ୍ଥିତିରେ ଟୁନା ଜେନାଙ୍କ ସ୍ତ୍ରୀ ବେଖାତିର କରିବା ଗ୍ରାମବାସୀଙ୍କୁ ଉତ୍ୟକ୍ତ କରିଥିଲା। ଗ୍ରାମବାସୀ ମାନେ ପୋଲିସ ଗାଡ଼ିକୁ ଘେରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଆଇଆଇସି ମାଡାମ ଗାଁରେ ସମାଧାନ କରିବା ପାଇଁ ରାଜି ହୋଇନଥିଲେ। ସେ ଗ୍ରାମବାସୀଙ୍କୁ ଥାନାକୁ ଯିବା ପାଇଁ କହିଥିଲେ। କିନ୍ତୁ ଗ୍ରାମବାସୀ ଥାନାକୁ ଯିବାକୁ ମନା କରିଥିଲେ। ଏହାକୁ ନେଇ ଜୋରଦାର ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ପୋଲିସ ଟୁନା ଜେନାଙ୍କ ସ୍ତ୍ରୀ ସମର୍ଥନ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ସମାଧାନ କରିବା ପାଇଁ ଆଇଆଇସି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଛାଡ଼ିଥିଲେ। ତେବେ ପୋଲିସର କାର୍ଯ୍ୟରେ ଗାଁ ବାସୀ ସନ୍ତୁଷ୍ଟ ନଥିବା ଜଣାଇଛନ୍ତି।