ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଖମାରହଳଦୀ ଠାରେ ଉଦ୍ଘାଟିତ

ଧର୍ମଗଡ,୫/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଖମାରହଲଦି ଗ୍ରାମ ପଞ୍ଚାୟତ ଆଶିଷ କୁମାର ପାତ୍ର ଖେଳ ପଡିଆ ଠାରେ ଖମାର ହଳଦୀ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଚଳିତ ମାସ ପାଞ୍ଚ ତାରିଖ ରବିବାର ଦିନ ଉଦ୍ଘାଟିତ ହୋଇଯାଇଅଛି। ଏହି ଦିବସରେ ମୂଖ୍ୟ ଅତିଥି ଭାବେ ଆଶିଷ କୁମାର ପାତ୍ରଙ୍କ ଦୁଇ ଗୋଟି ପୁତ୍ର ଆୟାନ ଓ ଅର୍ପନ୍ ଉପସ୍ଥିତ ରହି କ୍ରିକେଟ ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଖେଳ ସାତ ଦିନଧରି ଅନୁଷ୍ଠିତ ହେବ। ପ୍ରାରମ୍ଭିକ ଦିବସରେ ଧର୍ମଗଡ ସହ ବାଲିଛଡ଼ା ମଧ୍ୟରେ ପ୍ରତିଯୋଗିତା ହୋଇଥଲା। ନିର୍ଦ୍ଧାରିତ ଦଶ ଓଭରରେ ବାଲିଛଡା  ଦଳ ୬ ୱିକେଟ୍ ବିନିମୟରେ ୧୧୩ ରନ୍ କରି ଥିବାବେଳେ  ଧର୍ମଗଡ ଦଳ ତା ର ଜବାବ୍ ରେ  ୯ ୱିକେଟ ହରାଇ ମାତ୍ର ୮୮ରନ୍ କରି ଧରାଶାୟୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜୁନାଗଡ ଓ ଲୁହା ଗାଁ ମଧ୍ୟରେ ଖେଳ ହୋଇଥିବା ବେଳେ ଜୁନାଗଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୨ୱିକେଟ୍ ହରାଇ ୧୯୫ ରନ୍ କରିଥିବା ବେଳେ ଲୁହା ଗାଁ ଦଳ ୫ ୱିକେଟ୍ ହରାଇ ସଂପୂର୍ଣ୍ଣ ଓଭର ରେ କେବଳ ୪୪ ରନ୍ ସଂଗ୍ରହ କରି ପରାଜୟ ର ଶିକାର ହୋଇଥିଲେ। ଅତି ସୁନ୍ଦର ଭାବରେ ଏମ୍ପାଆର୍ ରାମ ନିଆଲ୍ ଓ ସୀତାକାନ୍ତ ମାଝୀ ଖେଳକୁ ପରିଚାଳନା କରିଥିଲେ। ଏହି କ୍ରିକେଟ୍ ଖେଳକୁ ଦେଖିବା ପାଇଁ ଅଞ୍ଚଳର ଖେଳ ପ୍ରେମୀମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ଥିବା ସ୍ଵତେ ମନ ଭରି ଖେଳକୁ ଉପଭୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page