ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ତାଲିମ୍

ରାଇକିଆ -୧୯/୨୫: ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆନୁକୁଲ୍ୟରେ ଜନଜାତି ଯୁବ ଲଘୁ ଉଦ୍ୟଗୀ ୨ ଦିନିଆ ଆବାସିକ କର୍ମଶାଳା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପକ୍ଷରୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ସମନ୍ଵିତ ଠାରେ ଅନୁଷ୍ଠିତ ହୋଇଛି । ଘୁ ଉଦୟଗିରି, ଚକାପାଦ, ଟିକାବାଲି ଓ ରାଇକିଆ ବ୍ଲକର ପାଖାପାଖି ୪୫ ଜଣ ଉଦ୍ୟୋଗୀ ବିଭିନ୍ନ ଉଦ୍ୟୋଗ ମାଧ୍ୟମରେ ସ୍ବାବଲମ୍ବୀ କରିବା ସହିତ ଅନ୍ୟମାନଃର ପ୍ରେରଣାରେ ଉତ୍ସ ହୋଇପାରିବ। ଉକ୍ତ ଉଦ୍ୟୋଗ କରିବା ଦ୍ୱାରା ଆର୍ଥିକ ସ୍ଥିତି ଉନ୍ନତି କରିବା ସହିତ ଅନ୍ୟ ରାଜ୍ୟ ତଥା ଦାଦନ ଶ୍ରମିକରୁ ମୁକ୍ତି କରିବ । ତାଲିମ୍ ଶିବିରରେ ମୁଖ୍ୟ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଯୋଗଦାନ କରି ଯୁବ ଉଦ୍ୟୋଗୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ପ୍ରକଳ୍ପ ପ୍ରବନ୍ଧକ ସମିରନ୍ ନାୟକ, ତାଲିମ୍ ଦାତା ଭାବେ ସାମାଜିକ ଅନୁଷ୍ଠାନ ବିକାଶ ବିଶେଷଜ୍ଞ ଜଗମୋହନ ପୃଷ୍ଟି, ବ୍ଲକ୍ ଜୀବିକା ବିଶେଷଜ୍ଞ ମୋଜେଶ କୁମାର ନାୟକ, ପ୍ରବୀଣ ନାୟକ ଏବଂ ରୋହିମ ନାୟକ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page