ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଜଣେ ଶିକ୍ଷକ ପାଇଁ ସବୁବେଳେ ଆହ୍ୱାନ ଥାଏ | ଛାତ୍ରର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସଠିକ ମାର୍ଗରେ ବାଟ କଢ଼େଇନେବାହିଁ ଜଣେ ଆଦର୍ଶ ଶିକ୍ଷକର କର୍ତ୍ତବ୍ୟ ହେବା ନିତାନ୍ତ ଆବଶ୍ୟକ ବୋଲି ଶିକ୍ଷକ ସମାଜକୁ ସବୁବେଳେ ବାର୍ତ୍ତା ଦେଇଆସିଛନ୍ତି ଯୋବ୍ରା ମୁନସିପାଲିଟି ସ୍କୁଲର ଶିକ୍ଷକ ଆଦର୍ଶ ଶିକ୍ଷକ ଶ୍ରୀଚରଣ ବେହେରା | ଅନୁଷ୍ଠାନ ଗଢ଼ିବା ଯେତିକି କାଠିକର ପାଠ ପିଲାଙ୍କୁ ମଣିଷ ଭଳି ମଣିଷ କରି ଗଢ଼ି ତୋଳିବା ଆହୁରି କାଠିକର ପାଠ | ଏ ସମସ୍ତ ବିଷୟକୁ ଅଙ୍ଗାଙ୍ଗୀ ଭାବେ ଅନୁଭବ କରିଥିଲେ ସମସ୍ତଙ୍କର ପ୍ରିୟ ଶ୍ରୀଚରଣ ସାର | ଯେତେବେଳେ କଟକ ସହରରେ ଯୋବ୍ରା ବୋଲି ନାମ ଶୁଣିଲେ କୌଣସି ଏକ ପର୍ଯ୍ୟଟନ କ୍ଷେତ୍ରର ନାମ ବୋଲି ଭାବୁନଥିଲେ କିନ୍ତୁ ସେଇ ମଇଳା ଖାତ ଭିତରୁ ହୀରା ଗୋଟେଇବାପାଇଁ ଚେଷ୍ଟା କରିଥିଲେ ଶ୍ରୀଚରଣ ସାର | ଗୋଟିଏ ଉଦାହରଣ ଦେଲେ ଜାଣିହେବ | ନିଜେ ଗଢ଼ିଥିବା ସ୍କୁଲର (ଯୋବ୍ରା ମୁନସିପାଲିଟି ହାଇସ୍କୁଲ) ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ହେବାପାଇଁ ନୂଆ ବଜାର ହାଇସ୍କୁଲ କେନ୍ଦ୍ରକୁ ଯିବେ | ସମସ୍ତ ପ୍ରସ୍ତୁତି ସରିଗଲା ପିଲାମାନେ ସ୍ୱତନ୍ତ୍ର ବସରେ ପରୀକ୍ଷା ଦେବାପାଇଁ ସ୍କୁଲର ଛାତ୍ରଛାତ୍ରୀ ଗଲେ ,ସମୟର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବସ ପହଞ୍ଚିଲା | ପ୍ରଥମେ ଶ୍ରୀଚରଣ ସାର ଏବଂ ପ୍ରଧାନ ଶିକ୍ଷକ ନୂଆ ବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖରେ ଯାଇ ଠିଆ ହେଲେ | ଛାତ୍ର ଛାତ୍ରୀ ବସରୁ ଓଲ୍ହାଇ ସିଧା ପ୍ରଥମେ ନିଜ ଆମ ସ୍କୁଲର ପ୍ରଧାନଶିକ୍ଷଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ପରେ ପରୀକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ତା ପରେ ଶ୍ରୀଚରଣ ସାରଙ୍କ ଆଶୀର୍ବାଦ ନେଇ ପରୀକ୍ଷା ହଲ କୁ ଚାଲିଗଲେ | କିନ୍ତୁ ପରୀକ୍ଷା କେନ୍ଦ୍ର ହୋଇଥିବା ସ୍କୁଲର ପ୍ରାଧାନଶିକ୍ଷଙ୍କ ଆଖିରୁ ଅଶ୍ରୁ ଝରୁଥାଏ ଶ୍ରୀଚରଣ ସାର ପଚାରିଲେ କଣ ହେଇଚି ସାର ଆମ ପିଲାମାନେ କିଛି ଭୁଲ କଲେକି ? ନାଇଁ ନାଇଁ ସାର ମୁଁ ସେଥିପାଇଁ ମନଦୁଃଖ କରିନାହିଁ ମୁ ନିଜେ ଯେଉଁ ଭୁଲ କରିଛି ସେଥିପାଇଁ ଅନୁତପ୍ତ କେମିତି ଆପଣଙ୍କୁ ଜଣାଇବି ତାହାହିଁ ମୋତେ କଷ୍ଟ ଦେଉଛି | ସଙ୍ଗେ ସଙ୍ଗେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଡକାଇଲେ ଏବଂ ଆମ ସାର ମାନଙ୍କ ସାମ୍ନାରେ କହିଲେ କି ମୋର ମସ୍ତବଡ ଭୁଲ ହୋଇ ଯାଇଛି ଆପଣ ସଂଶୋଧନ କରିଦିଅନ୍ତୁ | ଯୋବ୍ରା ରୁ ଛାତ୍ରଛାତ୍ରୀ ଆସୁଛନ୍ତି ବୋଲି ମୋର ଯେଉଁ ଧାରଣା ଥିଲା ତାହା ଧୂଳିସାତ ହୋଇଛି ମୁ ନିଜକୁ ଅପମାନିତ ମନେକରୁଛି ତୁରନ୍ତ ମୋ ସ୍କୁଲ କ୍ୟାମ୍ପସ ଭିତରୁ ପୋଲିସ ବଳଙ୍କୁ ଅପସାରଣ କରି ନେଇଯାଆନ୍ତୁ | ଏଭଳି ଆଦର୍ଶ ଶିକ୍ଷକ ଏଭଳି ଆଦର୍ଶ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମୁଁ ଗର୍ବିତ,ମୋ ମନରେ ଯେଉଁ ଧାରଣା ଥିଲା ତାହା ଦୂରୀଭୂତ ହୋଇଛି ସେହି ସ୍କୁଲ ପାଖରେ ମୁ ମଥାନତ | ଏ ଥିଲା ମଣିଷ ଗଢା କାରଖାନାର ପ୍ରଥମ ପ୍ରଡକ୍ଟ | ଦ୍ୱିତୀୟରେ ମୋର ନିଜ ଅନୁଭୂତି, ପାଠପଢ଼ା ଠାରୁ ଆରମ୍ଭ କରି ସ୍କୁଲ ର ବଗିଚା ଏବଂ ସ୍କୁଲ ପରିବେଶକୁ କିପରି ସରସ ସୁନ୍ଦର କରିହେବ ସେଥିପ୍ରତି ପିଲାମାନଙ୍କୁ ଉତ୍ସାହିତ କରି ସୁନ୍ଦର ପରିବେଶ ତିଆରି ହୋଇ ଚାଲିଥାଏ ଦିନକୁ ଦିନ | ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଗୋଟେ ଟେଷ୍ଟ ପରୀକ୍ଷା ହୁଏ ଯେଉଁମାନେ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେଇମାନେ ହିଁ ମାଟ୍ରିକ ପରୀକ୍ଷା ଦେବେ | ଟେଷ୍ଟ ପରୀକ୍ଷା ରେଜଲ୍ଟ ବାହାରିବା ଦିନ ଶ୍ରେଣୀ ଶିକ୍ଷକଙ୍କ ସହିତ ପ୍ରଧାନଶିକ୍ଷକ , ଶ୍ରୀଚରଣ ସାର କ୍ଲାସ ରୁମକୁ ଆସି ଗତ ବର୍ଷ ଗୁଡିକର ଅଭିଜ୍ଞତା ସମସ୍ତ ଆଲୋଚନା ସହିତ କେମିତି ଆଗକୁ ଯାଇ ବଡ଼ ମଣିଷ ହେବ ଇତ୍ୟାଦି ଇତ୍ୟାଦି ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା | କିଏ ପରୀକ୍ଷାରେ ଭଲ କରିଛି କାହିଁକି ଭୁଲ କରିଛ ସେସବୁର ଆଲୋଚନା ହେଉ ନଥାଏ | ଆମେ ମାନେ ଉତ୍କଣ୍ଠାରେ ଛଟପଟ ହେଉଥାଉ ଭୁଲ ହୋଇଥିଲେ କିମ୍ବା ମାର୍କ କମିଥିଲେ ଗାଳି ହେବାର ସମ୍ଭାବନା ବି ଥାଏ, କିନ୍ତୁ ସେସବୁ କିଛି ହେଲାନାହିଁ ଶ୍ରୀଚରଣ ସାରଙ୍କୁ ସମସ୍ତଙ୍କର ଭୟ ଥାଏ ଶ୍ରଦ୍ଧା ବି ଥାଏ ନିଜର ଅଭିଭାବକ ବୋଲି ଅଧିକାଂଶ ଛାତ୍ର ଛାତ୍ରୀ ଜାଣିଥାନ୍ତି | ଟେଷ୍ଟ ପରୀକ୍ଷାର ଖାତା ସବୁ ଟେବୁଲ ଉପରେ ଥୁଅ ହୋଇ ଥାଏ କିନ୍ତୁ ସେ ବିଷୟରେ ଆଲୋଚନା ହେଉ ନଥାଏ | ହଠାତ ଶ୍ରୀଚରଣ ସାର ପଚାରିଲେ କେଉଁମାନେ ଆଗାମୀ ଏଚ.ଏସ.ସି. ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିବ ଠିଆ ହୁଅ | ଯେଉଁମାନେ ଠିଆ ହେଲେ ସେମାନଙ୍କୁ କହିଲେ ଯାଅ ଫର୍ମ ଫିଲପ ପାଇଁ ପଇସା ନେଇକି ଆସିବ | ଠିକ ସେହିପରି ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ ପାସ କରିବ ବୋଲି ପଚାରିଲେ ସେମାନେ ମଧ୍ୟ ପଇସା ପାଇଁ ଗଲେ | ଆହୁରି କିଛି ରହିଗଲେ , ସେମାନଙ୍କୁ ପଚାରିଲେ ତମେ ପରୀକ୍ଷାରେ ପାସ କରିବ ବୋଲି ଆମ ଉପରେ କାହାର ବିଶ୍ୱାସ ଅଛି କୁହ , କିଛି ପିଲା ଠିଆ ହେଲେ ସେମାନଙ୍କୁ ବି କହିଲେ ଯାଇ ପଇସା ନେଇ ଆସ | ଆଉ କିଛି ବି ରହିଗଲେ ସେମାନଙ୍କୁ କହିଲେ, ବିଶ୍ୱାସ ନିଜ ଉପରେ ନାହିଁ, ବିଶ୍ୱାସ ଆମ ଉପରେ ନାହିଁ ବିଶ୍ୱାସ ଠାରେ ହରେଇଦେଲା ପରେ ସମାଜରେ ତିଷ୍ଠିବା କଷ୍ଟକର ହୋଇଯାଏ |ଗୀତା ଭଗବତରୁ ଅର୍ଜୁନ ସାର ବହୁତ କଥା ପିଲାମାନଙ୍କୁ କହି ଆତ୍ମ ବିଶ୍ୱାସ ଜାଗ୍ରତ ପାଇଁ ଉତ୍ସାହିତ କରିଥିଲେ | ସେ ଦିନର ସମସ୍ତ ଘଟଣାଗୁଡିକ ଏବେ ବି ମନ ଭିତରେ ସାଇତା ହୋଇ ରହିଛି କେତେ ଜାଗାରେ ଭାଷଣ ହେଲା ବେଳେ ପିଲାମାନଙ୍କୁ ମଧ୍ୟ ଏହିପରି ଆତ୍ମ ବିଶ୍ୱାସ ଜାଗରଣ ପାଇଁ କହିଛି | ତେଣୁ ଆଦର୍ଶ ଶିକ୍ଷକ ହେବାକୁ ହେଲେ ଛାତ୍ରର ଅନ୍ତର୍ନିହିତ ଗୁଣକୁ ସେ ପ୍ରଥମେ ଧରୁଥିଲେ ଆଜି ତାଙ୍କର ଦ୍ୱାଦଶାହ ଅବସରରେ ତାଙ୍କର ପୂଜ୍ୟ ଆତ୍ମା ସେମିତି ଛାତ୍ର ଛାତ୍ରୀଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରୁଥାନ୍ତୁ |
ଅଧମ ଛାତ୍ର
ପବିତ୍ର ମହାରଥା
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ ମୁତାବକ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି। ଏଠାରେ ପ୍ରକାଶ ଯେ ମ.ରାମପୁର ସରପଞ୍ଚ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ କେଗାଁ ରେଞ୍ଜର ବନ କର୍ମଚାରୀ ମାନେ ଗରଗାବ ସେକ୍ସନ ଅଧୀନ କାନ୍ଦୁଲଝର
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
Politics
ଚନ୍ଦ୍ରଶେଖର ଦେବ ବ୍ରାହ୍ମଣ ସମିତି ବୈଠକ
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ